ବସ୍- ଟ୍ୟାଙ୍କର ଧକ୍କା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ବସ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା। ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ । ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନେକ ବସ ଯାତ୍ରୀ ଗୁରୁତର ରହିଛନ୍ତି। ଘରୋଇ ବସଟି ଭଞ୍ଜନଗର ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି ।