spot_img

Latest Posts

କିଲୋମିଟର ପିଛା ବଢିଲା ବସ୍ ଭଡ଼ା,୬୭ ପଇସାରୁ ବଢ଼ି ହେଲା ୭୦ ପଇସା

ଭୁବନେଶ୍ୱର: ପୁଣି ବଢ଼ିଲା ବସ୍ ଭଡ଼ା । କରୋନା ପାଇଁ ଲକଡାଉନ କରାଣରୁ ବସ୍ ଚଳାଚଳା ଦୂର୍ଘ ୨ମାସ ପର୍ଯ୍ୟନ୍ତ ବନ୍ଦ ଥିଲା ।  ଲକଡାଉନ ପରେ ପରେ ଅନଲକ ୧.୦ରେ ଗାଇଡଲାଇନକୁ ପାଳନ କରି ବସ୍ ଚାଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବସ ମାଲିକ ସଂଘ ଅସନ୍ତୋଷ ହେବା ସହ ବସ ଚଳାଚଳ ନେଇ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲା । ବସରେ କମ ଯାତ୍ରୀ ଯାତ୍ରା କଲେ ବସ ଭଡ଼ା ମାଲିକଙ୍କୁ ପୋଷେଇବ ନାହିଁ ବୋଲି ସେମାନେ କହିଥିଲେ ।  

ସାଧାରଣ ବସ୍‌ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ବଢ଼ି ୭୦ ପଇସା ହୋଇଛି । ଏକ୍ସପ୍ରେସ ବସ୍‌ଭଡା ୭୦ ପଇସାରୁ ବଢ଼ି ୭୩ ପଇସା ହୋଇଛି । ସେହିପରି ଡିଲକ୍ସ ବସ୍‌ଭଡା ୯୫ ପଇସାରୁ ବଢ଼ି ହୋଇଛି ୧ ଟଙ୍କା ୧ ପଇସା। ଏସି ଡିଲକ୍ସ ବସ୍‌ଭଡା ୧ଟଙ୍କା ୧୭ରୁ ବଢ଼ି ୧ ଟଙ୍କା ୨୩ ପଇସା ହୋଇଛି । ଅଟୋମେଟିକ୍‌ ମେକାନିଜମ୍‌ ବ୍ୟବସ୍ଥାରେ ବସଭଡ଼ା ବଢିଥିବା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Latest Posts

Don't Miss