ଅନୁମତି ସତ୍ତ୍ୱେ ବରମୁଣ୍ଡାରୁ ଗଡ଼ିଲାନି ବସ, ଯାତ୍ରୀ ନିରାସ

ଭୁବନେଶ୍ୱର: ବସ ଚଳାଚଳକୁ ଅନୁମତି ସତ୍ତ୍ୱେ ଭୁବନେଶ୍ୱରରୁ ଗଡ଼ିଲାନି ଯାତ୍ରୀବାହୀ ବସ । କଟକଣା କୋହଳ ସହ ବସ୍‌ରେ ଯେତିକି ସିଟ ସେତିକି ଯାତ୍ରୀଙ୍କୁ ନେଇ ବସ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ବସ୍‌ ମାଲିକ ସଂଘ ବିଭିନ୍ନ ଦାବିକୁ ନେଇ ବସ ଚଳାଚଳ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡ଼ିନାହିଁ । ବସ ଚାଲିବା ଆଶାରେ ଆସିଥିବା ଯାତ୍ରୀ ମାନେ ନିରାଶ ହୋଇ ଫେରିଛନ୍ତି ।

ଭୁବନେଶ୍ୱର ଘରୋଇ ବସ ମାଲିକ ସଙ୍ଘର ଆଜି ଜରୁରୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଲୋଚନା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ବସ୍ ଚଳାଚଳ ନେଇ ପ୍ରତିକ୍ରିୟା ରଖଛନ୍ତି ପରିବହନ ମନ୍ତ୍ରୀ । ବସ ମାଲିକଙ୍କ କିଛି ଦାବି ରହିଛି । ସେ ସମ୍ପର୍କରେ ସରକାର ଓ ପରିବହନ ବିଭାଗ ଅବଗତ ରହିଛି । ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଲୋଚନା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

1 thought on “ଅନୁମତି ସତ୍ତ୍ୱେ ବରମୁଣ୍ଡାରୁ ଗଡ଼ିଲାନି ବସ, ଯାତ୍ରୀ ନିରାସ

Leave a Reply