ଫାଣ୍ଡି ଆଗରେ ଡ୍ରାଇଭରଙ୍କୁ ଆଣ୍ଠେଇଲେ ବସ୍ ମାଲିକ, ଜାଣନ୍ତୁ କାହିଁକି

1 min read

ଢେଙ୍କାନାଳ: ବସ୍ ମାଲିକଙ୍କ ତାଲିବାନୀ ଶାସନ । ନିଜ ବସ୍ ଟାଇମିଂରେ ଆଉ ଜଣେ ବସ୍ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ । ତାହା ପୁଣି ଫାଣ୍ଡି ଆଗରେ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର ବସଷ୍ଟାଣ୍ଡ ନିକଟରେ ।

ଘଟଣାନୁଯାୟୀ, ଢେଙ୍କାନାଳରୁ ତାଳଚେର ଆଗପଛ ହୋଇ ଅନେକ ବସ ଚାଲେ । ତେବେ କିଏ କାହା ଆଗରେ ଚାଲିଲା, କିଏ କାହା ସମୟରେ ଚାଲିଲା ଏହାକୁ ନେଇ ବାଦ ବିବାଦ ଅନେକ ସମୟରେ ଦେଖା ଦେଇଥାଏ । ତେବେ ଏଭଳି ଏକ ବିବାଦକୁ ନେଇ ଢେଙ୍କାନାଳର ଜଣେ ବସ୍ ମାଲିକ କରିଥିବା କାର୍ଯ୍ୟ ସମସ୍ତଙ୍କୁ ତାଜୁବ୍ କରିଛି । ତାଳଚେର ଆସି ବସ୍ ମାଲିକ ଜଣଙ୍କ ଅନ୍ୟ ବସ୍‌ର ଡ୍ରାଇଭରଙ୍କୁ ତାଙ୍କ ବସ୍ ଟାଇମରେ କାହିଁକି ଗାଡ଼ି ଚଳାଇ ଆଣିଲ ବୋଲି ଗାଳି କରିବା ସହ ଆଣ୍ଠେଇ ଦେଇଥିଲେ । ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ନିଜର ହାକିମାତି ଜାହିର କରି ଭବିଷ୍ୟତରେ ଏଭଳି ଘଟଣା ଘଟିଲେ ମାଡ଼ ମାରିବାର ଧମକ ଦେଇଥିଲେ । ଯାହାର ଭିଡିଓ ମୋବାଇଲରୁ ମୋବାଇଲରୁ ଘୂରି ବୁଲୁଛି । ତେବେ ସବୁଠାରୁ ବଡ଼ କଥା ହେଲା ବସଷ୍ଟାଣ୍ଡ ନିକଟରେ ଥିବା ଫାଣ୍ଡି ସମ୍ମୁଖରେ ହିଁ ଘଟିଥିଲା ଏହି ସବୁ ଘଟଣା । ପୋଲିସକୁ ଖାତିର ନକରି ସେ ଫାଣ୍ଡି ଆଗରେ ଡ୍ରାଇଭରକୁ ଆଣ୍ଠେଇ ଦେଇ ଗାଳି କରୁଥିଲେ । ଫାଣ୍ଠି ଆଗରେ ବିଚ୍ ରାସ୍ତାରେ ମାଲିକଙ୍କ ଏଭଳି କାର୍ଯ୍ୟ ରାସ୍ତାରେ ଯାଆ ଆସ କରୁଥିବା ଲୋକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଥିଲେ । ହେଲେ ସମସ୍ତେ କେବଳ ଦେଖଣାହାରୀ ହୋଇ ରହିଥିଲେ ।

ଏଥିସହିତ ପଢ଼ନ୍ତୁ: ସ୍ୱାମୀଙ୍କ ପାଇଁ ସୁପାରୀ ଦେବା ମାମଲା: NHRC ଚେୟାର ପର୍ସନ କହି ଟଙ୍କା ଆଦାୟ କରୁଥିଲେ ସ୍ତ୍ରୀ