ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବସ ଓଲଟିଲା ୬ ଗୁରୁତର, ୧୫ ଆହତ

ମେଦିନିପୁର : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୬ ଯାତ୍ରୀ ଗୁରୁତର, ୧୫ ଆହତ । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା ଘରୋଇ ବସ୍। ପଶ୍ଚିମବଙ୍ଗ ନାରାୟଣଗର ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ । ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ଗୋଡ କଟି ଯାଇଥିବା ବେଳେ  ସମସ୍ତ ୬ ଜଣ ଗୁରୁତରଙ୍କୁ‌ ପ୍ରଥମେ ସ୍ଥାନୀୟ ମକ୍ରମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ସେମାନଙ୍କୁ ମେଦିନିପୁର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ନାରାୟଣ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ ।