ଉତ୍ତରାଖଣ୍ଡରେ ବଡ ବସ୍ ଦୁର୍ଘଟଣା, ୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଖାଇକୁ ଖସିଲା

ଡେରାଡୁନ: ଉତ୍ତରାଖଣ୍ଡରେ ବଡ଼ ବସ୍ ଦୁର୍ଘଟଣା । ଖାଇକୁ ଖସିଲା ବସ୍ । ବସରେ ଥିଲେ ୪୦ରୁ ୫୦ ଜଣ ଯାତ୍ରୀ । ପୌରୀ ଗରଓ୍ବାଲର ରିଖନିଖାଲରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସର ଉଦ୍ଧାରକାର୍ଯ୍ୟ ଜାରି । ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳ ଅଭିମୁଖେ ବାହାରି ଯାଇଛି । ଦୁର୍ଘଟଣା ଟି ଧୁମାକୋଟଠାରୁ ୭୦ କିମି ଆଗକୁ ଟିମରି ଗାଁ ପାଖରେ ହୋଇଛି । ମୃତକ ଏବଂ ଆହତଙ୍କ ସଂଖ୍ୟା ଜଣାପଡ଼ିନାହିଁ ।

ବରଯାତ୍ରୀଙ୍କୁ ନେଇ ବସ୍ ଟି ଲାଲଢାଙ୍ଗ ହରିଦ୍ୱାରରୁ କାଡାଗାଁ, ପୌଡି ଯାଉଥିଲା । ପ୍ରାଥମିକ ସୂଚନାନୁସାରେ, ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ମଙ୍ଗଳବାର ଅପରାହ୍ନରେ ଜନପନ୍ଦ ହରିଦ୍ୱାରର ଲାଲଢାଙ୍ଗ ଅଞ୍ଚଳରୁ ଏକ ବସ୍ ବରଯାତ୍ରୀଙ୍କୁ ନେଇ ବୀରୋଁଖାଲ ବ୍ଲକ ଅନ୍ତର୍ଗତ କାଣ୍ଡା ଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟାରେ ଅନ୍ଧାରରେ ଘିରୋଲି ପୋଲ ଆଗକୁ ସିମଡି ଇଣ୍ଟର କଲେଜ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା । ତେବେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ପୋଲିସ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।