ତୈଳ ଦର କମିବା ପରେ କମିଲା ବସ୍ ଭଡ଼ା

ଭୁବନେଶ୍ୱର: କମିଲା ବସ୍ ଭଡ଼ା । ତୈଳ ଦର କମିବା ପରେ କମିଛି ବସ୍ ଭଡ଼ା । କିଲୋମିଟର ପିଛା ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ ଭଡ଼ା ୯୬ ପଇସାରୁ ୯୩ ପଇସା, ଡିଲକ୍ସ ଦର ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୯ ପଇସାକୁ କମିଛି । ସେହିପରି ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ବସ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨ ଟଙ୍କା ୪୪ ପଇସାକୁ କମିଛି । ଅଟୋମେଟିକ ମେକାନିଜିମ୍ ପ୍ରଣାଳୀରେ ତୈଳ ଦର ହ୍ରାସ ପାଇବା ପରେ ବସଭଡ଼ା କମିଛି । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ବସଭଡା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।