ପୋଲ ଉପରୁ ନଦୀକୁ ଖସିଲା ବସ୍, ୧୩ ମୃତ
1 min readଇନ୍ଦୋର: ମଧ୍ୟପ୍ରଦେଶରେ ନଦୀକୁ ଖସିଲା ମହାରାଷ୍ଟ୍ର ସରକାରୀ ବସ୍ । ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଇନ୍ଦୋରରୁ ପୁନେ ଯାଉଥିବା ବେଳେ ଧାର୍ ଜିଲ୍ଲାର ଖାଲଘାଟ ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ । ବସ୍ରେ ପ୍ରାୟ ୫୫ ଜଣ ଯାତ୍ରୀ ଥିଲେ। ରେସ୍କ୍ୟୁ ଅପରେସନ ଜାରି ରହିଛି।
Madhya Pradesh | 12 people dead, 15 rescued after a Maharashtra Roadways bus going from Indore to Pune falls off Khalghat Sanjay Setu in Dhar district pic.twitter.com/sbNxBX7fST
— ANI MP/CG/Rajasthan (@ANI_MP_CG_RJ) July 18, 2022
ସୂଚନା ମୁତାବକ ବସଟି ଅନ୍ୟଏକ ଗାଡ଼ିକୁ ଓଭରଟେକ କରିବାକୁ ଚେଷ୍ଟା କରିୁଥିବାବେଳେ ଡ୍ରାଇଭର ସନ୍ତୁଳନ ହରାଇଦେଇଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରେଲିଂ ଭାଙ୍ଗି ନଦୀକୁ ଖସିଯାଇଥିଲା। ଘଟଣାସ୍ଥଲେ ତୁରନ୍ତ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ଚୋହାନ ଆହତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।