ଟ୍ରକକୁ ଧକ୍କା ଦେଲା ବସ୍, ୩୦ ଯାତ୍ରୀ ଆହତ
1 min read
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ବରରେ ଟ୍ରକ-ବସ୍ ଧକ୍କା । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ । ବାଲୁଙ୍କେଶ୍ୱର ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ ଆସିକା ଯାଉଥିବା ବେଳେ ଟ୍ରକ ପଛକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସ ଛାଡ଼ି ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଫେରାର ହୋଇଯାଇଛନ୍ତି । ସମସ୍ତ ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସେପଟେ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ଚିକିତ୍ସା ପରେ ଖଲ୍ଲିକୋଟ ଥାନା ପକ୍ଷରୁ ଅନ୍ୟ ଏକ ବସ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।