ବିଦ୍ୟୁତ୍ ତାର ସଂସ୍ପର୍ଷ ଆସି ଜଳିଗଲା ଯାତ୍ରୀବାହୀ ବସ୍, ୬ମୃତ

ଜାଲୋର: ରାଜସ୍ତାନର ଜାଲୋରରେ ଗତ ରାତିରେ ବସରେ ନିଆଁ ଲାଗିଯିବାରୁ ୬ ଯାତ୍ରୀଙ୍କ ମୃତ୍ୟୁ ବରଣ କରିଛନ୍ତି । ଏହି ଯାତ୍ରୀବାହୀ ବସଟି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସିଯାଇଥିଲା ଏହାପରେ ସଙ୍ଗେ ସଙ୍ଗେ ବସରେ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ବସରେ ଥିବା ଯାତ୍ରୀମାନେ ବସରେ ଫଶି ଯାଇଥିଲେ  । ଏବଂ ଏଥିରେ ୬ଜଣଙ୍କ ଜୀବନ ଯିବା ସହ ୭ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାଟି ଜାଲୋରର ମହେସପୁରରେ ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସାଳୟକୁ ପଠାଇଛନ୍ତି ।

ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ରାସ୍ତା ବାଉଳା ହୋଇ ଗୋଟିଏ ଗାଁ ଭିତରକୁ ପଶିଯାଇଥିଲା । ସେଠାରେ ବିଦ୍ୟୁତ ତାର ଝୁଲିଥିବାର ଦେଖି ବସ୍ ଚାଳକ ବସଟିକୁ ରୋକି ଦେଇଥିଲା । ଏହାପରେ ବସ୍ କଣ୍ଡକ୍ଟର ବସ ଉପରେ ଚଢି ଗୋଟିଏ ବାଡ଼ି ସାହାଯ୍ୟରେ ବିଦ୍ୟୁତ ତାରଟିକୁ ଉପରକୁ ଉଠାଇ ବସ ବାହାର କରିବାକୁ ଚେଷ୍ଟା କରିଥିଲେ । ତେବେ ବାଡ଼ିଟିରୁ ବିଦ୍ୟୁତ ତାର ଖସି ଯାଇ କଣ୍ଡକ୍ଟର ଗଳାରେ ଛନ୍ଦି ହୋଇଯାଇଥିଲା ଫଳରେ ବସଟି ବିଦ୍ୟୁତ ତାର ସଂସ୍ପର୍ଷ ଆସି ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ହିଁ କଣ୍ଡକ୍ଟର ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଯୋଗ୍ୟ ଯେ,  ରାଜସ୍ଥାନରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି  । ଜାନୁଆରୀ ୧୪ରେ, ଖବର ପ୍ରକାଶ ପାଇଲା ଯେ ବିଳମ୍ବିତ ରାତିରେ ଯୋଧପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଟ୍ୟାଙ୍କର ଏବଂ ତେଲରେ ଭର୍ତି ହୋଇଥିବା ଟ୍ରେଲରରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ୟାଙ୍କରରେ ଅଗ୍ନିକାଣ୍ଡରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିଲା । ଦୁର୍ଘଟଣା ପରେ ପ୍ରାୟ ଦେ ୧୨ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଆୟତ୍ତ କରିଥିଲେ। ଏହି ସମୟ ମଧ୍ୟରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଯାଇଥିଲା ।

Leave a Reply