ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ୧୨ ଜଣ ଜୀବନ୍ତ ଦଗ୍ଧ

1 min read

ଯୋଧପୁର: ରାଜସ୍ଥାନରେ ଘଟଛି ବଡ଼ ଧରଣର ଦୁର୍ଘଟଣା । ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଲା ବସ୍ ଓ ଟ୍ରେଲର । ରାଜସ୍ଥାନର ବାରମେର ଜିଲ୍ଲାର ଯୋଧପୁର ଜାତୀୟ ରାଜପଥରେ ଥିବା ଭଣ୍ଡିଆବାସ ଗ୍ରାମ ନିକଟରେ ଏକ ବସ୍ ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଥିଲେ । ଯାହା ଫଳରେ ବସ୍ ଓ ଟ୍ରେଲର ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଫଳରେ ଘଟଣା ସ୍ଥଳରେ ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ସମୟରେ ବସରେ ୨୫ ଜଣ ଯାତ୍ରୀ ଥିଲେ ।

ଘଟଣାସ୍ଥଳରେ ପୋଲିସ, ଅଗ୍ନିଶବ ବାହିନୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରଙ୍ଗ ରୁଟ୍‌ରେ ଆସୁଥିବା ଟ୍ୟାଙ୍କର ସହ ଧକ୍କା ହେବା ଯୋଗୁ ବସ୍‌ଟି ଜଳି ଯାଇଥିବା ପ୍ରାଥମିକ ସୂତ୍ରରୁ ପ୍ରକାଶ । ଏହି ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ ଜାମ୍ ହୋଇଥିଲା । ତେବେ ଏହି ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହାତଙ୍କୁ ଚିକିତ୍ସା କରିବାକୁ ମଧ୍ୟ କହିଛନ୍ତି ଅଶୋକ ଗେହଲଟ ।

Leave a Reply