ବେଗୁନିଆ-ବାଘମାରି ରାସ୍ତାରେ ଓଲଟିଲା ବସ
1 min read
ଖୋର୍ଦ୍ଧା : ୫୭ ନଂ ଜାତୀୟ ରାଜପଥର ବେଗୁନିଆ-ବାଘମାରି ରାସ୍ତାରେ ଓଲଟିଲା ବସ । ବସଟି ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଆହତ ହୋଇଥିବା ଦୁଇ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବସ ଷ୍ଟିଂୟରିଂ ତ୍ରୁଟି ବାହାରିବାରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା ବସ । ସ୍ଥାନୀୟ ଲୋକେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।