ହାଇୱାକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

ସୁନ୍ଦରଗଡ଼: ବଣାଇଁ ଚାନ୍ଦିପୋଷ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୪୩ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେବା ଫଳରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଉରକେଲା ନେବା ବାଟରେ ଆଉ ଜଣେ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ମୁତାବକ ସମସ୍ତ ଆହତଙ୍କୁ ଉଦ୍ଧାର ପରେ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ୬ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଚଳାଇଛି ।