ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍, ସେଥିରେ ଥିଲେ ୫୦ ଯାତ୍ରୀ

ଛତ୍ରପୁର: ଓଲଟିଲା ତୀର୍ଥଯାତ୍ରୀ ବସ୍ । ୨୫ ଯାତ୍ରୀ ଆହତ । ବ୍ରହ୍ମପୁର ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ତ୍ରିର୍ଥଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଓଲଟିଥିଲା । ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ରମ୍ଭା ଠାରେ ବସ୍ ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଗୁରୁତର ସମସ୍ତ ଯାତ୍ରୀ ଛତ୍ରପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ରିପୋର୍ଟ ଅନୁସାରେ, ଶନିବାର ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ ପୁରୀରୁ ତାମିଲନାଡୁ ଫେରୁଥିଲା । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ  । ତେବେ ରମ୍ଭା ନିକଟରେ ଏହା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।