ପିପିଲିରେ ଓଲଟିଲା ସାରଳା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

ପିପିଲି: ପିପିଲି ଟୋଲଗେଟ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ । ଓଲଟିପଡ଼ିଲା ଯାତ୍ରୀବାହୀ ବସ୍ । ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ଖବର ମୁତାବକ ଭୁବନେଶ୍ୱରରୁ କାକଟପୁର ଯାଉଥିବା ଯାତ୍ରୀବାହୀ ସାରଳା ବସ ପିପିଲି ଟୋଲଗେଟ୍ ନିକଟରେ ଓଲଟିପଡ଼ିଥିଲା । ଭାରସାମ୍ୟ ହରାଇ ଟୋଲଗେଟ ନିକଟରେ ଓଲଟିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାରେ ଜଣେଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବସର ହେଲପର ବୋଲି ଜଣା ପଡ଼ିଛି । ସେପଟେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟମା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।