କେରଳରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ, ଦୁର୍ଘଟଣାରେ ୯ ମୃତ୍ୟୁ, ୩୮ ଆହାତ

1 min read

ଥିରୁଅନନ୍ତପୁରମ୍: କେରଳରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଏହି ବସ୍ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପାଲକଡ଼ ଜିଲ୍ଲାର ଭଡାକେଞ୍ଚେରିରେ ଟୁରିଷ୍ଟ ବସ୍ KSRTC ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତ ୩୮ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଏର୍ଣ୍ଣାକୁଲମ ଜିଲ୍ଲାର ବାସେଲିଅସ ବିଦ୍ୟାନିକତନର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ବସ୍ ଉଟି ଯାଉଥିଲା ।