ମାଙ୍କଡ଼ ଡିଆଁ ଘାଟିରେ ଅଘଟଣ, ଓଲଟିପଡ଼ିଲା ଯାତ୍ରୀବାହୀ ବସ୍

ଗଞ୍ଜାମ: ଯାତ୍ରୀବାହୀ ବସ୍ ଓଲଟି ଦୁଇ ଯାତ୍ରୀ ମୃତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଜରଡ଼ା ଥାନା ଝଗଡା ପଲ୍ଲୀରେ ଅଘଟଣ । ମାଙ୍କଡ଼ ଡିଆଁ ଘାଟି ପାର ହେବା ପରେ ଘରୋଇ ବସ୍ ଓଲଟି ପଡ଼ିବା ଯୋଗୁ ଦୁଇ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିବା ବେଳେ ଯାତୀବସ୍‌ ଭାରସାମ୍ୟ ହାଇ ଓଲଟି ପଡ଼ିଥିଲା ।

ଘଟଣାରେ ଦୁଇ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ସରସ୍ୱତୀ ଶବର ଓ ସୁମତି ରଇତ। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।