ନାଳ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୧୫ରୁ ଉର୍ଦ୍ଧ୍ୱ ଆହତ

ଆଠଗଡ: ୨୦ ଫୁଟ ନାଳ ତଳକୁ ଖସିଲା ଯାତ୍ରୀବାହୀ ଵସ । ଆଗ ଚକା ବାହାରିଯିବାକୁ ଏଭଳି ଘଟଣା ଘଟିଛି । ଏଥିରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା କଟକ ନରସିଂହପୁର ରାସ୍ତାରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗୁଣ୍ଡିଚାପୁର ଛକଠାରେ ମହାବୀର ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ନାଳ ତଳକୁ ଖସିପଡ଼ିଥିଲା । ଗତକାଲି ସନ୍ଧ୍ୟା ସମୟରେ ଏଭଳି ଏକ ଘଟଣା ଘଟିଛି । ନାଳର ଗଭିରତା ପ୍ରାୟ ୨୦ ଫୁଟ୍ ଥିବାରୁ ଏଥିରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।
ଆହତମାନଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ୬ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ଗାଡ଼ି ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା ।