ଅଧା ରାସ୍ତାରେ ଘାଟିକୁ ଖସିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଅନୁଗୁଳ: ଅନୁଗୁଳ ବଡକେରା ନିକଟରେ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ବୁର୍ଲାରୁ ଏକ ନାଇଟକୋଚ୍ ବସ୍‌ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଭୋର ସମୟରେ ବସଟି ରାସ୍ତା ତଳକୁ ଖସି ପଡିବାରୁ ଦୁର୍ଘଟଣା ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଛି। ବସରେ ଅଧିକାଂଶ ଯାତ୍ରୀ ମହିଳା ଓ ଛୋଟ ଶିଶୁ ଥିଲେ । ଘଟଣାସ୍ଥଳରେ ଅନୁଗୁଳ ପୋଲିସ ପହଁଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବାଇଶିପଡା ପୋଲ ତଳକୁ ଖସିଲା ବାଇକ । ଦୁର୍ଘଟଣାରେ ମହାଲିକପଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ମୃତ । ମୃତକ ହେଲେ ପ୍ରଦତ୍ତ ଭୋକ୍ତା । ବିଳମ୍ବିତ ରାତିରେ ପଂଚାୟତ କାର୍ଯ୍ୟାଳୟ ରୁ କାମ ସାରି ନିଜ ଘର ପୁରୁଣାକଟକକୁ ଫେରୁଥିବା ବେଳେ ସେ ପୋଲ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply