ଦାରିଙ୍ଗବାଡ଼ିରେ ପିକ୍‌ନିକ୍ ବସ୍‌ର ଚକା ଫାଟିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଞ୍ଜନଗର: ଘାଟିରେ ଝୁଲିଲା ବସ୍‌ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗଞ୍ଜାମ, କନ୍ଧମାଳ ସୀମାନ୍ତ ଦାରିଙ୍ଗିବାଡ଼ି ଘାଟିରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ କଲେଜ ଛାତ୍ରଛାତ୍ରୀ ପିକ୍‌ନିକ୍‌ ପାଇଁ ଦାରିଙ୍ଗବାଡ଼ି ଯାଇଥିଲେ ।

ତେବେ ଫେରୁଥିବା ସମୟକେ ଗାଡ଼ିର ଟାୟାର ଫାଟି ଯିବାରୁ ଏହା ରାସ୍ତା କଡ଼କୁ ଯାଇଥିଲା । ତେବେ ଗାଡ଼ିଟି ଘାଟି ତଳକୁ ନଖସି ଝୁଲି ରହିଥିଲା। ଗାଡ଼ିର ଜରୁରୀକାଳୀନ ଡୋର ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାର କରାଯାଇଥିଲା ।

ସୋରଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ଏକ ବସ୍‌ ଯୋଗେ ସୋରଡ଼ା ପହଞ୍ଚା ଯାଇଥିଲା ।

Leave a Reply