ଘାଟିରେ ଓଲଟିଲା ବସ୍: ୨ ଗୁରୁତର

କଳାହାଣ୍ଡି: ଘାଟିରେ ଓଲଟିଲା ବସ୍ । ଆମପାଣି ଘାଟିରେ ଯାତ୍ରୀବାହୀ ବସ ଓଲଟିଲା । ଦୁର୍ଘଟଣା ଯୋଗୁଁ ୨ ଗୁରୁତର । ଆଜି ପାହାନ୍ତିଆରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ଦିଲଖୁସ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣା ହୋଇଛି । ବସର ହେଲ୍ପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଆହତ ହୋଇଛନ୍ତି ଆମପାଣି ପୋଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରାଇଛନ୍ତି ।
ଏଥିସହିତ ପଢ଼ନ୍ତୁ: କରୋନା ଟିକା ନାଁରେ ଆସିପାରେ କଲ୍, ନିମିଷେକେ ଖାଲି ହୋଇଯିବ ଆକାଉଣ୍ଟ ! ଠକଙ୍କ ନୂଆ ଫଣ୍ଡା..