ବିଳମ୍ବିତ ରାତିରେ ପୋଲିସ କ୍ୱାର୍ଟରେ ପଶିଲେ ଚୋର

ପୁରୀ: ପୋଲିସ ଘରେ ଚୋରି । କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେଲା ଚୋରି ଡକାୟତି ଭଳି ଘଟଣା । ଲକଡାଉନ ଏବଂ ସଟଡାଉନ୍ ପାଇଁ ପ୍ରାୟ ସବୁ ପ୍ରକାର ଘଟଣା ଦୁର୍ଘଟଣା ବନ୍ଦ ଥିବା ବେଳେ  ଚୋରି ତ ହେଲା କିନ୍ତୁ ପୋଲିସ ଘରୁ ।

ସାଧାରଣ ଭାବେ ପୋଲିସକୁ ଚୋରଙ୍କ ଭୟ ତ ଆପଣ ଜାଣିଥିବେ କିନ୍ତୁ ପୋଲିସ ଘରୁ ଚୋରି ଘଟଣା ଆପଣ ବହୁତ କମ ଶୁଣିଥିବେ । ଏବେ ଏହି  ଘଟଣାକୁ ନେଇ ଚାରି ଆଡ଼େ ଚର୍ଚ୍ଚା । ତେବେ ଚୋରମାନେ ଅଜାଣନ୍ତ ପୋଲିସ ଘରୁ ଚୋରୀ କରିନାହାଁନ୍ତି ବରଂ ଜାଣିଶୁଣି ଚୋରି କରିଥିବା ଜଣାପଡ଼ୁଛି । କାରଣ ସେମାନେ ବିଳମ୍ବିତ ରାତି ପୋଲିସ କ୍ୱାର୍ଟରୁ ହିଁ ଚୋରି କରିଛନ୍ତି ।

ପୋଲିସକୁ ବି ଛାଡ଼ିନାହାଁନ୍ତି, ପୋଲିସ ଘରେ ପସି ଚୋରି କଲେ ଚୋର । ପୁରୀ କ୍ଲର୍କ ରୋଡରେ ଥିବା ପୋଲିସ କ୍ୱାର୍ଟରରୁ ଚୋରି ହୋଇଥିବା ସୂଚନା ମିଳିଛି । କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ ଚୋରି ହୋଇଛି। ଖବର ପାଇ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ଯାଞ୍ଚ କରୁଛନ୍ତି । କୁମ୍ଭାରପଡ଼ା ପୋଲିସ ବି ସନ୍ଧାନ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ କଣ ଚୋରି ହୋଇଛି ଏନେଇ ବର୍ତ୍ତମାନ ସୁଦ୍ଧା କୈାଣସି ସ୍ପଷ୍ଟ ସୂଚନା ନାହିଁ। ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave a Reply