ବୁମରାଙ୍କ ଗୁମର ଖୋଲିଲେ ସ୍ତ୍ରୀ, କହିଲେ ପୁଅ ହେବା ପରେ..

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଷ୍ଟାର ବୋଲର ହେଉଛନ୍ତି ଜଶପ୍ରିତ୍ ବୁମରା । ଇଂଲଣ୍ଡ ଗସ୍ତରେ ବୁମରାଙ୍କ ଉପରେ ଅନେକ ଭରସା ରଖିଛନ୍ତି ଭାରତୀୟ ପ୍ରଂଶସକ । ତେବେ ଏହାରି ଭିତରେ ବୁମରାଙ୍କ ଏକ ଗୁମର ଖୋଲିଛନ୍ତି ସ୍ତ୍ରୀ ସଞ୍ଜନା ଗଣେଷନ । ମୋମେଣ୍ଟ ଅଫ୍ ପୋଡକାଷ୍ଟରେ ବସି ସ୍ବାମୀଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି ସଞ୍ଜନା । ସେ କହିଛନ୍ତି ବୁମରା ଜଣେ ଭଲ ଖେଳାଳି । କ୍ୟାରିୟର ସାଙ୍ଗକୁ ସେ ନିଜ ପରିବାର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି । ପୁଅ ଅଙ୍ଗଦର ଜନ୍ମ ହେବା ପରେ ସେ ଅଧିକ ଭଲ ପ୍ରଦର୍ଶନ କରୁଛନ୍ତି । ପରିବାର କଥା ବୁଝିବା ସହ ନିଜର ଖେଳରେ ଧ୍ୟାନ ଦେଇଆସୁଛନ୍ତି । ପାରିବାରିକ ଶାନ୍ତି ପାଇଁ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଥିବା କହିଛନ୍ତି ସଞ୍ଜନା । କହି ରଖୁଛୁ କି, ବୁମରା ୨୦୨୧ ମସିହାରେ ସଞ୍ଜନାଙ୍କୁ ବିବାହ କରିଥିବାବେଳେ ୨୦୨୩ ମସିହାରେ ପୁଅ ଅଙ୍ଗଦ ଜନ୍ମ ହୋଇଛନ୍ତି ।