ବୁଲ୍ଲିବାଈ ଆପ୍ ମାମଲାରେ ପୋଲିସକୁ ବଡ଼ ସଫଳତା, ଆସାମରୁ ଗିରଫ ହେଲା ବୁଲ୍ଲିବାଈ ଆପ୍ କ୍ରିଏଟର୍ସ

1 min read

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ବୁଲ୍ଲିବାଈ ଆପ୍ । ଏହି ଆପ୍ ମାଧ୍ୟମରେ ମୁସଲମାନ ମହିଳାଙ୍କ ଆପତ୍ତିଜନକ ଫଟୋ ଅପଲୋଡ କରାଯାଉଥିଲା । ତେବେ ଏହି ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । Githubରେ ବୁଲ୍ଲିବାଈ ଆପ୍ ତିଆରି କରିଥିବା ଲୋକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହି ଆପରେ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରିବା ସହ ତାଙ୍କୁ ନିଲାମୀ ମଧ୍ୟ କରାଯାଉଥିଲା । ଏହି ଘଟଣାରେ ପୂର୍ବରୁ ପୋଲିସ ତିନି ଜଣଙ୍କୁ ଗିରଫ କରିସାରିଛି ।

ଦିଲ୍ଲୀ ପୋଲିସକୁ ଇନପୁଟ୍ ମିଳିବା ପରେ ଦିଲ୍ଲୀ ପୋଲିସ ଆସାମରେ ପହଞ୍ଚିଥିଲା । ଆସାମରୁ ବୁଲ୍ଳିବୁଈ କ୍ରିଏଟର୍ସକୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ ଯାହାକୁ ଗିରଫ କରିଛି ତା’ର ନାଁ ହେଉଛି ନିରୋଜ ବିଷ୍ଣୋଇ । ସେ ୨୧ ବର୍ଷର ଅଟେ । ଏହା ପୂର୍ବରୁ ଏହି ମାମଲାରେ ମୁମ୍ବାଇ ପୋଲିସ ତିନିଜଣଙ୍କୁ ଗିରଫ କରିଥିଲା ।

ବୁଲ୍ଲିବାଈ ହେଉଛି ଏକ ଆପ୍ । ଏହି ଆପ୍ ମାଧ୍ୟମରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ଏହି ଆପ୍ ସେହିପରି ଭାବରେ କାର୍ଯ୍ୟ କରୁଥିଲା ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ୍ ତିଆରି ହୋଇଥିଲା । ସୁଲ୍ଲି ଡିଲ୍ ଆପ୍ Githubରେ ଲଞ୍ଚ ହୋଇଥିଲା ଆଉ ଏବେ ବୁଲ୍ଳିବାଈ ଆପ୍ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା ।

Leave a Reply