ବିଲଡିଂର ତିନି ମହଲାରେ ପହଞ୍ଚିଗଲା ଷଣ୍ଢ: ତଳକୁ ଆଣିବାକୁ ଲାଗିଲା ୩ ଘଣ୍ଟା

ବଦାୟୁଁ: ଉତ୍ତରପ୍ରଦେଶରୁ ଆସିଛି ଏକ ବଡ଼ ଖବର । ଗୋଟିଏ ଷଣ୍ଢ ଏକ ବିଲଡିଂର ତୃତୀୟ ମହଲାକୁ ଚଢ଼ିଯାଇଥିଲା । ଏହାପରେ ଷଣ୍ଢକୁ ତଳକୁ ଆଣିବାକୁ ନାକେଦମ୍ ହେବାକୁ ପଡ଼ିଥିଲା । ପ୍ରଥମେ ଷଣ୍ଢଟି ଏକ ଥାନା ପରିସରରେ ପ୍ରବେଶ କରିଥିଲା । ସମସ୍ତେ ଭାବିଥିଲେ ଷଣ୍ଢଟି ବୁଲାବୁଲି କରି ଚାଲିଯିବ । ମାତ୍ର ସେ ୩ ମହଲା ଉପରକୁ ଚଢ଼ିଯାଇଥିଲା । ଏହି ଦୃଶ୍ୟ ଦେଖି ପୋଲିସ କର୍ମୀଙ୍କ ସମେତ ଅନ୍ୟମାନେ ତାଜୁବ ହୋଇଯାଇଥିଲେ । ଷଣ୍ଢଟିକୁ ଏତେ ଉଚ୍ଚ ସ୍ଥାନରେ ଦେଖି ସମସ୍ତେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଏହାପରେ ନଗରପାଳିକା ଓ ପଶୁପାଳନ ବିଭାଗକୁ ଖବର ଦିଆଯାଇଥିଲା । ଏକ ଡଜନ ଲୋକ ଷଣ୍ଢକୁ ତଳକୁ ଆଣିବା କାର୍ଯ୍ୟରେ ଲାଗିଥିଲେ । ମାତ୍ର ତାହା ଏତେ ସହଜ ନଥିଲା । ଷଣ୍ଢଟିର ଯେପରି କୌଣସି କ୍ଷତି ନ ଘଟିବ, ସେଥିପାଇଁ ତାକୁ ବେହୋସ୍ କରାଯାଇଥିଲା । ପଶୁ ଚିକିତ୍ସକମାନେ ଷଣ୍ଢକୁ ଟ୍ରାଙ୍କୁଲାଇଜର (ବେହୋସୀ ଇଞ୍ଜେକ୍ସନ) ଦେଇ ଆଶିଂକ ବେହୋସ କରିଥିଲେ । ଏହାପରେ ଦଉଡ଼ି ସହାୟତାରେ ତଳକୁ ନିଆଯାଇଥିଲା । ଏହି ରେସକ୍ୟୁ ଅପରେସନ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, ତା’ପରେ ଏହି ମିଶନ ସଫଳ ହୋଇଥିଲା । ଷଣ୍ଢଟି ଶରୀରରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ସେ ଧୀରେଧୀରେ ସୁସ୍ଥ ହୋଇଯିବ ବୋଲି ପଶୁ ଡାକ୍ତର କରିଛନ୍ତି ।