କେଉଁ ପ୍ରଧାନମନ୍ତ୍ରୀଙ୍କ କଥା କହିଲେ ମୋଦି, ଯାହାଙ୍କୁ ମାସ୍କ ନପିନ୍ଧିବା କାରଣରୁ ଦେବାକୁ ପଡିଥିଲା ଫାଇନ୍ ? ଜାଣନ୍ତୁ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରିବା ବେଳେ କରୋନାକୁ ନେଇ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ଯାଇ ସେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ କଥା କହିଥିଲେ,ଯାହାଙ୍କୁ ମାସ୍କ ନପିନ୍ଧିବା କାରଣରୁ ଫାଇନ୍ ଦେବାକୁ ପଡିଥିଲା । ତେବେ ସେହି ପ୍ରଧାନମନ୍ତ୍ରୀ କିଏ ଓ କେଉଁ ଦେଶର ? ଆସନ୍ତୁ ଜାଣିବା ସେହି ପ୍ରଧାନମନ୍ତ୍ରୀଙ୍କ ବାବଦରେ ଯିଏ ନିଜେ ତିଆରି କରିଥିବା ଆଇନକୁ ଭୁଲି ଯାଇ ଫାଇନ୍ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଯାହାଙ୍କ ବିଶୟରେ କହିଥିଲେ ସେ ହେଉଛନ୍ତି ବୁଲଗେରିଆ ପ୍ରଧାନମନ୍ତ୍ରୀ । ନାଁ ହେଉଛି ବୋଇକୋ ବୋରିସୋଭ୍ । ଗତ ସପ୍ତାହରେ ବୋରିସୋଭ୍ ଏକ ଚର୍ଚ୍ଚକୁ ଯାଇଥିଲେ । କିନ୍ତୁ ପିଏମ୍ ମହାଶୟ ନିଜେ ତିଆରି କରିଥିବା ନିୟମକୁ ଭୁଲିଯାଇଥିଲେ । ମାସ୍କ ନପିନ୍ଧି ସେ ଚର୍ଚ୍ଚ ଭିତରକୁ ପ୍ରବେଶ କରିଥିଲେ । ବାସ୍,ତା’ପରେ ତାଙ୍କ ଉପରେ ପଡିଥିଲା ଫାଇନ୍ । ପିଏମଙ୍କୁ ଦେବାକୁ ପଡିଥିଲା ୧୫୦ୟୁରୋ । ଖାଲି ପିଏମ୍ ବୋରିସୋଭ୍ ନୁହନ୍ତି ତାଙ୍କ ସହିତ ଯାଇଥିବା ତାଙ୍କ ଷ୍ଟାଫ୍ ଓ କିଛି ସାମ୍ବାଦିକଙ୍କୁ ମଧ୍ୟ ଫାଇନ୍ ଦେବାକୁ ପଡିଥିଲା ।

bulgeria pm

୬୧ ବର୍ଷୀୟ ପ୍ରଧାନମନ୍ତ୍ରୀ ବୋରିସୋଭ୍ ମହାମାରୀ ଆରମ୍ଭରୁ ମାସ୍କ ପିନ୍ଧୁ ନାହାନ୍ତି । ୮ ମାର୍ଚ୍ଚରୁ ବୁଲଗେରିଆରେ କଣ୍ଟେନମେଣ୍ଟ୍ ନିୟମ ଲାଗୁ ହୋଇଛି । ୟୁରୋପିୟ ୟୁନିୟନ ମଧ୍ୟରେ ବୁଲଗେରିଆ କରୋନା ଦ୍ୱାରା ସବୁଠୁ କମ ପ୍ରଭାବିତ । ତେବେ ପ୍ରଧାନମନ୍ତ୍ରୀ ବୋରିସୋଭ୍ ଫାଇନ୍ ଦେବା ପୂର୍ବରୁ ତାଙ୍କ ଦଳ ଉପରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୫ଶହ ୟୁରୋ ଫାଇନ୍ ପକାଇଥିଲା । ଅଭିଯୋଗ ଥିଲା ଯେ, ଦଳ  ଗାଇଡଲାଇନକୁ ନମାନି ସଭା କରିଥିଲା । ଦେଶର ବିରୋଧୀ ଦଳ ସୋସିଆଲିଷ୍ଟ୍ ପାର୍ଟି ଉପରେ ମଧ୍ୟ ଫାଇନ୍ ଲାଗିଛି । ଏହି ଦଳ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇ ୪ ଜଣ କର୍ମୀ କରୋନା  ସଂକ୍ରମିତ ହୋଇଥିଲେ ।

 

Leave a Reply