ମହାବଳ ପାଇଁ ବୁଲବୁଲ୍ ବଡ଼ ବିପଦ, ଚିନ୍ତାରେ ବନ ବିଭାଗ

1 min read

ଜଙ୍ଗଲର ରାଜା ମହାବଳ ବାଘ ପାଇଁ ଏବେ ବଡ଼ ବିପଦ ଭାବେ ଉଭା ହୋଇଛି ‘ବୁଲବୁଲ୍’.. । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ରହିବ । ସାଗରଦ୍ୱୀପ- ଖେପୁପାରା ମଧ୍ୟରେ ଅତିକ୍ରମ କରିବ ଏହି ବାତ୍ୟା । ଏହାପରେ ବାତ୍ୟା ବୁଲବୁଲ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି ।

ସୁନ୍ଦରବନରେ ବର୍ତ୍ତମାନ ୫୧୩.୬ ହେକ୍ଟର ଜାଗାରେ ୪୦୦ରୁ ଉର୍ଦ୍ଧ ମହାବଳ ବାଘ ବାସ କରୁଛନ୍ତି, ଯାହାଙ୍କୁ ବେଙ୍ଗଲ ଟାଇଗର ବୋଲି ମଧ୍ୟ କୁହାଯାଏ । ତେବେ ସୁନ୍ଦରବନରେ ଏହା ସ୍ଥଳ ଭାଗ ଛୁଇଁବାକୁ ଯାଉଥିବାରୁ ଏଠାରେ ରହୁଥିବା ୪୦୦ ମହାବଳ ବାଘଙ୍କ ପ୍ରତି ବିପଦ ଆସିପାରେ ବୋଲି ଆଶଙ୍କା କରାଯାଉଛି ।ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର କୌଣସି ସୁବିଧା ନାହିଁ । ତେଣୁ ବାଘଙ୍କ ସୁରକ୍ଷା ପାଇଁ ଚିନ୍ତାରେ ବନ ବିଭାଗ ଏବଂ ରାଜ୍ୟ ପ୍ରଶାସନ ।

 ତଥ୍ୟ ଅନୁସାରେ, ୧୦ ବର୍ଷ ମଧ୍ୟରେ ‘ଆଇଲା’ ବାତ୍ୟା ପରେ ଏହି ବାତ୍ୟା (ବୁଲବୁଲ୍) ହେଉଛି ସବୁଠାରୁ ଅଧିକ ଭୟଙ୍କର । ଏହାର ପ୍ରଭାବରେ କୋଲକାତାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି ।

ତେବେ ଫନି ସମୟରେ ଓଡ଼ିଶାରେ ବାଲୁଖଣ୍ଡରେ ବସବାସ କରୁଥିବା ବାଲି ହରିଣ ମାନଙ୍କ ସାମାନ୍ୟ କ୍ଷୟକ୍ଷତି ହୋଇଥିଲା ।

ଓଡ଼ିଶାରେ କାଲି ସକାଳଠାରୁ ପବନର ବେଗ ୫୫ ରୁ ୭୫କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏଁ ପବନର ବେଗ ୭୦ ରୁ ୯୦ କିମି ଛୁଇଁବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ପବନ ହେବ। ଏହା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ମଧ୍ୟ ହେବା ପୂର୍ବାନୁମାନ କରାଯାଇଛି ବୋଲି  ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ')}

Leave a Reply