ପ୍ରବଳ ପବନ ଯୋଗୁଁ ଶୋଇଲା ପାଚିଲା ଧାନ

1 min read

ବୁଲବୁଲ୍ ପ୍ରଭାବରେ ଭଦ୍ରକ ଜ଼ିଲ୍ଲାରେ ସାରା ରାତି ପବନ ସହ ବର୍ଷା ଜାରି ରହିଛି । ମୁଖ୍ୟତଃ ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲି ରେ ବୁଲବୁଲ ର ପ୍ରଭାବ ଦେଖିବାକୁ ମିଳିଛି । ଚାନ୍ଦବାଲି ରେ ପବନ ପ୍ରବାହ ଅଧିକ ଥିବାରୁ ଗଛ ଡାଳ ଭାଙ୍ଗିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜ଼ିଲ୍ଲାର କୌଣସି ଅଞ୍ଚଳରୁ ବଡ କ୍ଷୟକ୍ଷତି ର ସୂଚନା ମିଳିନଥିବା ବେଳେ ପରିସ୍ଥିତି ଉପରେ ଜ଼ିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ନଜର ରହିଛି ।

ବୁଲବୁଲ୍ ସକାଳ ୧୦ ଟା ସୁଦ୍ଧା ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି । ଏବେ ପାରାଦୀପ ଠାରୁ ୧୩୦ କିଲୋ ମିଟର ଦୂରରେ ରିହିଛି ବୁଲବୁଲ । ସେପଟେ ବର୍ଷା ଓ ପବନ ମାଡ଼ରେ ପାଚିଲା ଧାନ ଗଛ ଶୋଇଯିବା ଯୋଗୁଁ ଚାଷ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ବାତ୍ୟା କୁ କିପରି ମୁକାବିଲା କରିବାକୁ ପଡିବ ସେଥିପାଇଁ ଜ଼ିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି । ')}

Leave a Reply