ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ କୋଠା, ଏନଓସି ପ୍ରଦାନ କଲା NMA
1 min read
ପୁରୀ: ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ । ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ପ୍ରଦାନ କରିଛି NMA । ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ । ଏପ୍ରିଲ ୨୫ ତାରିଖରେ ବସିଥିବା ବୈଠରେ ବିଧିବଦ୍ଧ ଅନୁମତି ମିଳିଛି ।