spot_img

Latest Posts

ଦିଲ୍ଲୀରେ ଭୁଶୁଡିଲା ୪ମହଲା କୋଠା ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଳୀ: ଦିଲ୍ଲୀ ମୁସ୍ତଫାବାଦ ଅଞ୍ଚଳରେ ଅଘଟଣ । ଭୁଶୁଡିଲା ଚାରି ମହଲା ବିଶିଷ୍ଟ କୋଠା । ଏହି ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ କୋଠାଟି କିପରି ଭୁଶୁଡି ପଡିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କିଛି ଲୋକଙ୍କ କହିବାନୁଯାୟୀ କୋଠାଟି ଅଧିକ ଦୁର୍ବଳ ହୋଇଥିବାରୁ ଭୁଶୁଡି ପଡିଛି ।

କୋଠାଟି ଭୋର ୩ଟାରେ ଭୁଷୁଡି ପଡିଥିଲା । ସେତେବେଳେ ୧୪ଜଣଙ୍କୁ ଉଦ୍ଧାର କରାଯାଇଥିଲା ଯେଉଁମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେବି କୋଠା ତଳେ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଏନଡିଆରଏଫ, ଦିଲ୍ଲୀ ଫାୟାର ସର୍ଭିସ ଲୋକଙ୍କୁ ଉଦ୍ଧାର କରିବା ପାଇଁ କାମ କରୁଛନ୍ତି । ସିସିଟିଭିରେ କଏଦ ହୋଇଛି କୋଠାଟି ଭୁଶୁଡିଲା ବେଳର ଦୃଶ୍ୟ । ଦେଖନ୍ତୁ ..

https://x.com/i/status/1913407085989003748

ଶୁକ୍ରବାର ଦିଲ୍ଲୀରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଏବଂ ଝଡ଼ ତୋଫାନ ସହରର ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା। ସେହିପରି ଏକ ଘଟଣାରେ, ଗତ ସପ୍ତାହରେ ଧୂଳି ଝଡ଼ ସମୟରେ ମଧୁ ବିହାର ପୋଲିସ ଷ୍ଟେସନ ନିକଟରେ ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

Latest Posts

Don't Miss