ଭୁଶୁଡ଼ିଲା ନିର୍ମାଣାଧୀନ କୋଠା

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଙ୍ଗାଳୁରୁରେ ଭୁଶୁଡିଲା ନିର୍ମାଣାଧୀନ କୋଠା । ଧ୍ବଂସାବଶେଷ ତଳେ ୨ ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । କୋଠାର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ କୌଣସି କାରଣରୁ ତାହା ଧସିଯାଇଥିଲା । ଦୁର୍ଘଟଣାରେ କେତେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି ।