ବିଲଡରଙ୍କୁ ଠକେଇ ମାମଲା: ଓ୍ବେବ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ EOW କୁ ଅନୁମତି

ଭୁବନେଶ୍ବର: ବିଲଡରଙ୍କୁ ଚୂନ ଲଗାଇ ଏକ କୋଟି ଠକେଇ ମାମଲା । ଅଭିଯୁକ୍ତ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିବା ବେଳେ ୩ ଦିନ ପାଇଁ ମିଳିଛି ଅନୁମତି । ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସୁରଜିତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ଇଓଡବ୍ଲ୍ୟୁ ।

ସୁରଜିତ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇ ଦେବାକୁ ପ୍ରଲୋଭନ ଦେଇଥିଲେ । ଏଥିପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ । କଳିଙ୍ଗଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଆଇପିସିର ୪୨୦, ୪୬୭, ୪୬୮, ୪୭୧ ଧାରା ଅନୁସାରେ ସୁରଜିତଙ୍କ ନାଁରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।