ପଜେସନରେ ବିଳମ୍ବ ଯୋଗୁଁ ବିଲ୍ଡରଙ୍କୁ ୧.୧୭ କୋଟି ଫ୍ଲାଟରେ ଦେବାକୁ ପଡ଼ିଲା ୬୩ ଲକ୍ଷ ସୁଧ

ମୁମ୍ବାଇ: ମୁମ୍ବାଇ ଭଳି ସହରରେ ଏକ ଫ୍ଲାଟର ମୂଲ୍ୟ କ’ଣ ତାହା କଳ୍ପନା ବାହାରେ । ଫ୍ଲାଟ୍‌ କିଣିବା ସେଠାରେ ଯେମିତି ଏକ ସ୍ୱପ୍ନ । ସାରା ଜୀବନର ପାରିଶ୍ରମିକ ରଖି ରଖି ଏକ ଫ୍ଲାଟ୍‌ କିଣନ୍ତି ଲୋକେ । କିନ୍ତୁ କାଗଜପତ୍ର ଦେବାରେ ବିଲ୍ଡର ଖୁବ୍‌ ଡେରି କରନ୍ତି । ଅବଶ୍ୟ ଗତ କିଛି ବର୍ଷ ମଧ୍ୟରେ ଆଇନ୍‌ କଡ଼ାକଡ଼ି ହେତୁ ଏଥିରେ ପରିବର୍ତ୍ତନ ଦେଖାଯାଇଛି । ତଥାପି ସ୍ଥିତି ସୁଧୁରିବା ବାକି ଅଛି । ବିଭିନ୍ନ ବାହାନା ଦେଖାଇ ପଜେସନ୍‌ ଦେବାରେ ବିଳମ୍ବ କରୁଛନ୍ତି ବିଲଡର । ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପଟା ମିଳିବାରେ ବିଳମ୍ବ ହେତୁ ଏକ ଦମ୍ପତିକୁ ୬୩ ଲକ୍ଷ ସୁଧ ସହିତ ୧ କୋଟି ଫେରସ୍ତ କରିବାକୁ ଆଦେଶ ଦେଇଛି । ଆୟୋଗର କହିବା ହେଉଛି  ଉଚିତ୍‌ ସମୟରେ ଫ୍ଲାଟ୍‌ ଦେଇନପାରିଥିବାରୁ ବିଲଡର ପ୍ରଶାସନରୁ ଅନୁମତି ମିଳିନାହିଁ ବୋଲି ବାହାନା କରିପାରିବେ ନାହିଁ ।

ତେବେ ଆୟୋଗ ଫ୍ଲାଟ୍‌ କିଣିଥିବା ବ୍ୟକ୍ତିଙ୍କୁ ପୂରା ମୂଲ୍ୟ ସହିତ ୯ ପ୍ରତିଶତ ସୁଧ ଦେବାକୁ ବିଲଡରଙ୍କୁ ଆଦେଶ ଦେଇଛନ୍ତି । ତେବେ ଫ୍ଲାଟର ମୂଲ୍ୟ ୧୧୭ କୋଟି ହୋଇଥିବାବେଳେ ୬୩ ଲକ୍ଷ କେବଳ ସୁଧ ଗଣିବେ ବିଲଡର ।  ତେବେ ଫ୍ଲାଟ୍‌ ବିଳମ୍ବରେ ମିଳିବାରୁ ଫ୍ଲାଟ୍‌ କିଣିବାକୁ ମନା କରି ଦେଇଥିଲେ ଦମ୍ପତି ।