ଜାନୁଆରି ୨୯ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେବ ।

ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀରୁ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ତାରିଖ ଯାଏଁ ଚାଲିବ । ସେହିପରି ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୧ରେ ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ।

ଜାନୁଆରୀ ୨୯ ତାରିଖ ତଥା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଚଳିତ ବର୍ଷ ସଂସଦର ଶୀତକାଳୀନ ଅଧିବେଶନ ଆୟୋଜିତ କରିନଥିଲେ । ଯାହାକୁ ନେଇ ବିରୋଧୀ ମାନେ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।

ସେହିପରି କରୋନା ମହାମାରୀ ଯୋଗୁଁ ସଂସଦର ମୗେସୁମୀ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଶେଷ ହୋଇଥିଲା । ଇତି ମଧ୍ୟରେ କୃଷି ଆଇନ ବିରୁଦ୍ଧରେ କୃଷକ ସଂଗଠନ ଜୋରଦାର ଆନ୍ଦୋଳନ କରୁଛନ୍ତି । କୃଷି ଆଇନକୁ ନେଇ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ କୗେଣସି ଆପୋଷ ବୁଝାମଣା ହୋଇପାରୁ ନାହିଁ ।

ଏଥର ବଜେଟ ଅଧିବେଶନ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିବ । କରୋନା କାଳରେ ଦେଶରେ ଦରଦାମ ବଢିଥିବା ବେଳେ ସରକାରଙ୍କ ପାଇଁ ଏହାକୁ ନିୟନ୍ତ୍ରଣ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିବ । ଏଥିସହ ରୋଜଗାର ବୃଦ୍ଧି ମଧ୍ୟ ସରକାର ପାଇଁ ଚିନ୍ତାର କାରଣ ପାଲଟିଛି । ଏଥର କୃଷି ଆଇନକୁ ନେଇ ଉଭୟ ଗୃହରେ ହଙ୍ଗାମା ହେବ ବୋଲି ଅନୁମାନ କରାଯାଉଛି । ଦୀର୍ଘ ୪୦ ଦିନ ଧରି କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ କରୁଥିବା ବେଳେ ଚାଷୀଙ୍କ ସହ ସ୍ବର ମିଳାଇଛନ୍ତି ବିରୋଧୀ । ଏହି ସମୟରରେ ବଜେଟ ଅଧିବେଶନ ହେଲେ ଉଭୟ ଗୃହରେ ପ୍ରବଳ ହଙ୍ଗାମା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏସବୁ ମଧ୍ୟରେ ଚଳିତ ଥରର ବଜେଟ୍ ଅଧିବେଶନ ଉପରେ ସମସ୍ତଙ୍କର ନଜର ରହିବ ।

Leave a Reply