ନୂଆଦିଲ୍ଲୀ : ଆଜିଠାରୁ ସଂସଦର ବଜେଟ ଅଧିବେଶନ। ଆସନ୍ତା ଫେବ୍ରୁଆରୀ ୧ ରବିବାର ୨୦୨୬-୨୭ କେନ୍ଦ୍ର ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୯ରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୮ ଜାନୁଆରୀରୁ ୧୩ ଫେବ୍ରୁଆରୀ ଯାଏ ସଂସଦର ପ୍ରଥମ ପର୍ଯ୍ଯାୟ ଅଧିବେଶନ ବସିବ ।
ସେହିପରି ୯ ମାର୍ଚ୍ଚରୁ ୨ ଏପ୍ରିଲ ଯାଏ ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ଏହି ଅଧିବେଶନ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବ। ସଂସଦ ଅଧିବେଶନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

