ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ, ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ବଜେଟ ଅଧିବେଶନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତକାଲି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ଆଜି ଏହାକୁ ବିଧାନସଭାରେ ପାରିତ କରାଯିବ । ଏହାବ୍ୟତୀତ ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ଜଳ ସଂପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ପରିବହନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ଆଜି ବଜେଟ ଅଧିବେଶନର ଶେଷଦିନରେ ଗୃହରେ ଉଠିପାରେ ଉଦଳାର ବିଜେପି ବିଧାୟକ ଭାସ୍କର ମଢେଇଙ୍କ ମହିଳାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ । ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ଗୃହ ସରଗରମ ହୋଇପାରେ । ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଚରିତ୍ର ଉପରେ ଅଙ୍ଗୁଳି ଉଠାଇଥିଲେ ବିଜେପି ବିଧାୟକ ଭାସ୍କର ମଢ଼େଇ ।