ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ କଂଗ୍ରେସ ସମେତ ଏହିସବୁ ଦଳ

1 min read

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ତାଙ୍କ ଅଭିଭାଷଣକୁ କଂଗ୍ରେସ୍, ତୃଣମୂଳ କଂଗ୍ରେସ୍ (ଟିଏମସି), ଶିବସେନା, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି (ଏନସିପି) ସମେତ ୧୬ ରାଜନୈତିକ ଦଳ ବର୍ଜନ କରିବେ ।

ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୟାନ ଜାରି କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ୍ ଏସମ୍ପର୍କରେ କହିଛନ୍ତି,  ୧୬ଟି ରାଜନୈତିକ ଦଳ ବୟାନ୍ ଜାରି କରିଛନ୍ତି ଯେ ସେମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ । ଯାହା  କାଲି ଆରମ୍ଭ ହେବ ।

ବର୍ଜନ କରିବାର ପ୍ରମୁଖ କାରଣ ହେଉଛି ବିରୋଧିଙ୍କ ବିନା ନୂଆ କୃଷି ବିଲକୁ ଗୃହରେ ପାରିତ କରାଯାଇଛି ।

ପରମ୍ପରା ମୁତାବକ ସଂସଦ ଅଧିବେଶନର ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହୋଇଥାଏ । ଏହି ଦିନରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥାନ୍ତି । ହେଲେ ପ୍ରଥମ ଥର ପାଇଁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସଦସ୍ୟ ମାନେ ‘ସେଣ୍ଟ୍ରଲ୍ ହଲ୍’ ବ୍ୟତିତ ଲୋକସଭା ଓ ରାଜ୍ୟସଭାରେ ବସିବେ ।

କେଉଁ ଦଳ ମାନେ ବର୍ଜନ କରିବେ- 

କଂଗ୍ରେସ୍, ନ୍ୟାସନାଲ୍ କନଫ୍ରେନ୍ସ (ଏନସି), ଡିଏମକେ, ତୃଣମୂଳ କଂଗ୍ରେସ୍ (ଟିଏମସି), ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ (ଏମ୍), ଆଇଜେଏମଏଲ୍, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ୍, ଏଆଇୟୁଡିଏଫ୍, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି (ଏନସିପି) ।

 

Leave a Reply