ନନ୍ଦିଘୋଷ ବ୍ୟୁରୋ: ଏଥରର ପ୍ରତିରକ୍ଷା ବଜେଟ ସବୁଠୁ ବଡ଼। ସର୍ବାଧିକ ଟଙ୍କାର ବଜେଟ କରାଯାଇଛି। ପ୍ରତିରକ୍ଷା ପାଇଁ କେନ୍ଦ୍ର ସରକାର ୬ ଲକ୍ଷ ୨୧ ହଜାର ୯୪୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପୁରା ବଜେଟର ଏହା ହେଉଛଇ ୧୨.୯ ପ୍ରତିଶତ। ସେନାକୁ ଆହୁରି ମଜଭୁତ କରିବାକୁ ୧ ଲକ୍ଷ ୭୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୧ ଲକ୍ଷ ୫ ହଜାର ୫୧୮ କୋଟି ଟଙ୍କାର ଦେଶୀ ସାମଗ୍ରୀ କିଣାଯିବ। ଏହା ଆତ୍ମନିର୍ଭରତାକୁ ବୃଦ୍ଧି କରିବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବର୍ଡର ରୋଡ୍ ପାଇଁ ଗତ ବର୍ଷ ଅପେକ୍ଷା ୩୦ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। BRO ପାଇଁ ୬,୫୦୦ କୋଟି ଟଙ୍କା ସୀମାରେ ଆମର ଭିତ୍ତିଭୂମିକୁ ମଜଭୁତ କରିବ ବୋଲି କହିଛନ୍ତି ରାଜନାଥ ସିଂହ।

