ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଆଜି ଦିନ ୧୧ଟା ବେଳେ ସଂସଦର ସେଣ୍ଟ୍ରାଲ ହଲରେ ଯୁଗ୍ମ ଅଧିବେଶନ ହେବ । ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ତେବେ ଗୃହରେ ପ୍ରଶ୍ନକାଳ ହେବ ନାହିଁ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍‌ ଆଗତ କରିବେ ।

ଚଳିତ ବଜେଟ୍‌ ଅଧିବେଶନରେ ମୋଟ୍‌ ୩୧ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ରେ ସରିବ। ଏଥିରେ ୯ଟି କାର୍ଯ୍ୟଦିବସ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ୨୨ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ ରାଜ୍ୟର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ଅନ୍ତଃରାଜ୍ୟ ଜଳ ବିବାଦ, କ୍ଲିନ୍‌ ଏନର୍ଜିସ, ଜାତୀୟ ଜନଗଣନାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ଗଣନା ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ ।

Leave a Reply