ବିଧାନସଭାରେ ଅତିରିକ୍ତ ବଜେଟ ଆଗତ, ୭ ବିଭାଗ ପାଇଁ ବ୍ୟୟ ବରାତ ଶୂନ
1 min readଭୁବନେଶ୍ବର : ବିଧାନସଭାରେ ଅତିରିକ୍ତ ବଜେଟ ଆଗତ। ମୋଟ ୧୨ ହଜାର୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ପ୍ରାଶାସନିକ ବ୍ୟୟ ଲାଗି ୧୬୮୫ କୋଟି ବ୍ୟୟବରାଦ ହୋଇଛି। କାର୍ଯ୍ୟକ୍ରମ ବ୍ୟୟ ଲାଗି ୧୦ ହଜାର ୧୫୫କୋଟି ବ୍ୟୟବରାଦ ହୋଇଛି। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି। ରାଜ୍ୟ ବଜେଟରୁ ସ୍ଥାନାନ୍ତର ଲାଗି ୧୯୬ କୋଟି। ଏହିପରି ଭାବେ ମୋଟ ୧୨ ହଜାର ୧୫୬ କୋଟିର ବ୍ୟୟବରାଦ କରାଯାଇଛି। ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଲାଗି ୧୨୫ କୋଟି କରାଯାଇଛି। ସେହିପରି ଧରତୀ ଅବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଲାଗି ୯୨, କୋଟି, CAPF ମୁତୟନ ଲାଗି ୨୯୯ କୋଟି, ପୋଲିସ ଥାନା ଓ ଫାଣ୍ଡିରେ ସିସିଟିଭି ସ୍ଥାପନ ପାଇଁ ୫୧ କୋଟି, ୨୨ ITI ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ୧୩୦ କୋଟି, ଶ୍ରୀମନ୍ଦିର ପରିକ୍ରମା ବିକାଶ ଲାଗି ୨୬ କୋଟି, ରତ୍ନଭଣ୍ଡାର ଲାଗି ୫ କୋଟି, ଅଗ୍ନିସେବା ଆଧୁନିକୀକରଣ ଓ ସମ୍ପ୍ରସାରଣ ଲାଗି ୬୦ କୋଟି ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ବଜେଟରେ ଏହି ସବୁ ବ୍ୟବସ୍ଥା ନୂତନ ଭାବେ ବ୍ୟୟବରାଦ କରାଯାଇଛି। ମଧୁବାବୁ ପେନସନ ଯୋଜନା ପାଇଁ ୩୩୮ କୋଟି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି। ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି, ଜାତୀୟ ସ୍ଵାସ୍ଥ୍ୟ ମିଶନରେ ରାଜ୍ୟର ଭାଗ ବାବଦରେ ୧୦୫୬ କୋଟି, ସମଗ୍ର ଶିକ୍ଷା ସହାୟତା ପାଇଁ ୫୦୨ କୋଟି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଲାଗି ୨୭୦ କୋଟି, ସହରାଞ୍ଚଳରେ ଜଳଯୋଗାଣ ଲାଗି ୨୨୦ କୋଟି ବ୍ୟୟବରାଦ କରାଯାଇନାହିଁ। ଅତିରିକ୍ତ ବଜେଟରେ ୭ ବିଭାଗ ପାଇଁ କୌଣସି ବ୍ୟୟ ବରାଦ କରାଯାଇନାହିଁ। ସେହି ବିଭାଗ ଗୁଡ଼ିକ ହେଲା, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ, ଇସ୍ପାତ ଓ ଖଣି, ବିଜ୍ଞାନ ଓ ବୈଷୟିକ ଶିକ୍ଷା, ସଂସଦୀୟ ବ୍ୟାପାର, ସରକାରୀ ଉଦ୍ୟୋଗ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଟଙ୍କାଟିଏ ବି ଅନୁଦାନ ମିଳିନାହିଁ।