spot_img

Latest Posts

Budget 2023: ଜାଣନ୍ତୁ ବଜେଟରେ କାହାକୁ ଅଧିକ ଫୋକସ୍…

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷରେ କ’ଣ ରହିଛି ସରକାରଙ୍କ ଯାେଜନା । କେଉଁ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗ୍ରାଧିକାର ଦେଇଛନ୍ତି । ଜାଣନ୍ତୁ ବଜେଟରେ କାହାକୁ ମିଳିଛି ଅଧିକ ଫୋକସ୍…

୭ ଲକ୍ଷ ଆୟ ଯାଏ ଟିକସ ଛାଡ଼-
ମଧ୍ୟବିତ୍ତଙ୍କୁ ଖୁସି କରିଛନ୍ତି ନିର୍ମଳା । ଆୟକର ସୀମାକୁ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି । ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ । ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର । ୧୨ରୁ ୧୫ ଲକ୍ଷ ପ୍ରଯ୍ୟନ୍ତ ଆୟକର ୨୦ ପ୍ରତିଶତ । ୧୫ରୁ ଅଧିକ ହେଲେ ୩୦ ପ୍ରତିଶତ ଦେବାକୁ ପଡିବ ଆୟକର ।

ରେଳ ଭିତ୍ତିଭୂମିକୁ ଅଗ୍ରାଧିକାର-
ରେଳ ପାଇଁ ଭଣ୍ଡାର ଖୋଲିଛନ୍ତି ନିର୍ମଳା । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଓ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବେ ସରକାର। ସେହିପରି ‘ବନ୍ଦେ ଭାରତ ଟ୍ରେନ୍’ ଉପରେ ଚଳିତ ବଜେଟ୍ ଅଧିକ ଧ୍ୟାନ ଦେବ। ଖୁବ୍ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍’ ନିର୍ମାଣ କରିବା ପାଇଁ ଟେଣ୍ଡର୍ ଦିଆଯିବ। ନୂଆ ପ୍ରକଳ୍ପକୁ ବଜେଟରେ ଅଗ୍ରାଧିକାର ମିଳିଛି ।

ମହିଳା ଓ ବୟସ୍କଙ୍କ ପାଇଁ ବଡ଼ ଘୋଷଣା-
ଚଳିତ ବଜେଟରେ ମହିଳା ସମ୍ମାନ ସଞ୍ଚୟ ପତ୍ର ଘୋଷଣା କରାଯାଇଛି । ୨ବର୍ଷ ପାଇଁ ଏଥିରେ ବିନିଯୋଗ କରିବାକୁ ହେବ । ୨ଲକ୍ଷ ଟଙ୍କା ଜମାରାଶି ଉପରେ ୭.୫ ପ୍ରତିଶତ ସୁଧ ଦିଆଯିବ । ସେହିପରି ବରିଷ୍ଠ ନାଗରିକଙ୍କ ଯୋଜନାରେ ୪.୫ ଲକ୍ଷରୁ ୯ ଲକ୍ଷ ଟଙ୍କା କରାଯାଇଛି । ଯେକୌଣସି ମହିଳା କିମ୍ବା ଝିଅ ଏକ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ ।

PMAYର ବଢ଼ିଲା ପାଣ୍ଠି-
ସବୁ ଗରିବ ପରିବାର ମୁଣ୍ଡ ଉପରେ ରହିବ ଛାତ । ଗରିବ ପରିବାରଗୁଡ଼ିକୁ ଘର ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ବଜେଟରେ ଅଧିକ ପାଣ୍ଠି ବରାଦ କରିଛନ୍ତି ।PMAYରେ ବଜେଟ୍ ଆବଣ୍ଟନ ପୂର୍ବ ତୁଳନାରେ ୬୬ ପ୍ରତିଶତକୁ ବୃଦ୍ଧି । ଯାହା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଜେଟ୍ ଖର୍ଚ୍ଚ ୭୯ ହଜାର କୋଟି ଟଙ୍କା ହୋଇଛି। ସେହିପରି ଗୋବର୍ଦ୍ଧନ ସ୍କିମ ପାଇଁ ୧୦ ହଜାର କୋଟି ଖର୍ଚ୍ଚ ବରାଦ

ଶିକ୍ଷା କ୍ଷେତ୍ରକୁ ଅଗ୍ରାଧିକାର-
ଶିକ୍ଷା ହିଁ ବିକାଶର ମୂଳଦୁଆ । ବଜେଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଦେଶରେ ୩୦ଟି ସ୍କିଲ୍ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ। ରାଜ୍ୟ ଓ ପଞ୍ଚାୟତ ସ୍ତରରେ ଲାଇବ୍ରେରୀ ନିର୍ମାଣ ହେବ । ବୟସ ଅନୁସାରେ ଲାଇବ୍ରେରୀରେ ପିଲାଙ୍କୁ ପଢ଼ା ସୁବିଧା ମିଳିବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ । ଫାର୍ମା କ୍ଷେତ୍ରରେ ଗବେଷଣାରେ ନିବେଶକୁ ପ୍ରୋତ୍ସାହନ । ମେଡିକାଲ ଯନ୍ତ୍ରାଂଶ ଲାଗି ମଲ୍ଟି ଡିସିପ୍ଲିନ୍ ସ୍କୁଲ । ୫ଜି’ ସେବା ବ୍ୟବହାର କରି ‘ଆପ୍’ ପ୍ରସ୍ତୁତି କରିବା ନିମନ୍ତେ ଇଞ୍ଜିନିୟରିଙ୍ଗ୍ ପ୍ରତିଷ୍ଠାନରେ ୧୦୦ଟି ନୂଆ ଲ୍ୟାବ୍ ସ୍ଥାପନ ହେବ।

ପର୍ଯ୍ୟଟନ ଓ କୃଷିକୁ ଫୋକସ-
୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍। ରାଜ୍ୟର ରାଜଧାନୀରେ ୟୁନିଟ୍ ମଲ୍ ଖୋଲିବା ଲାଗି ପ୍ରୋତ୍ସାହିତ କରାଯିବ । ଯାହା ଫଳରେ ବନ୍ୟଜାତ ସାମଗ୍ରୀ ଓ ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀକୁ ଅଧିକ ପ୍ରୋତ୍ସାହନ ମିଳିପାରିବ । ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା । ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା । ସେହିପରି ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା ।

Latest Posts

Don't Miss