spot_img

Latest Posts

ବୁଦ୍ଧ ପୂର୍ଣ୍ଣିମା ଅବସରରେ କରୋନା ଯୋଦ୍ଧାଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ବିଶ୍ୱରେ ବ୍ୟାପୁଥିବା କରୋନା ଜୀବାଣୁଙ୍କ ବିପକ୍ଷରେ ଆଗ ଧାଡ଼ିରେ ଲଢ଼ୁଥିବା କରୋନା ଯୋଦ୍ଧାଙ୍କୁ ଆଜି ବିଶ୍ୱ ସମ୍ମାନିତ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଯେଉଁଥିରେ ବିଶ୍ୱର ବହୁ ବଡ ନେତା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ବୁଦ୍ଧ ବିଶ୍ୱକୁ ସେବା ବାର୍ତ୍ତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିଶ୍ୱ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ବୁଦ୍ଧଙ୍କ ପଥକୁ ଅନୁସରଣ କରି ସାରା ଭାରତ ହେଉ କି ବିଦେଶରେ ହେଉ ସବୁଠି ସାହାଯ୍ୟର ହାତ ବଢ଼ାଯାଉଛି । ଏଭଳି ପରିସ୍ଥିତିର ଲାଭ- କ୍ଷତି ହେଖାଯାଉନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହି ସମୟରେ ବିଶ୍ୱ ସହିତ ଛିଡା ହୋଇଛି, ତେଣୁ ବିନା ସ୍ୱାର୍ଥରେ ଆମେ ଆମ ପରିବାର ତଥା ଆମ ଆଖପାଖର ସୁରକ୍ଷା କରିବାକୁ ପଡିବ। ସଙ୍କଟ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ହେଉଛି ସମସ୍ତଙ୍କର ଧର୍ମ । ଆମର କାର୍ଯ୍ୟ ଗୁଡ଼ିକ ନିରନ୍ତର ସେବା ମନୋଭାବ ସହ କରାଯିବା ଉଚିତ, ଅନ୍ୟମାନଙ୍କ ପ୍ରତି ଦୟା ରହିବା ଜରୁରୀ ଅଟେ।

ସମାଜ ବଦଳିଛି କିନ୍ତୁ ବୁଦ୍ଧଙ୍କ ସନ୍ଦେଶ ନୁହେଁ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୁଦ୍ଧ କେବଳ ଗୋଟିଏ ପରିସ୍ଥିତିରେ ସୀମିତ ନୁହଁନ୍ତି, ସେ ମାନବିକତା ଅଧୀନରେ ସମସ୍ତଙ୍କୁ ସାହାଯ୍ୟ କରିବାର ବାର୍ତ୍ତା ଦେଇଛନ୍ତି। ଆଜି ସମାଜର ବ୍ୟବସ୍ଥା ବଦଳିଛି, କିନ୍ତୁ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ସମାନ ଏବଂ ଏହା ଆମ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛ । ଆଜି ଦେଶର ବିଭିନ୍ନ ସ୍ଥାନରେ ବିଶ୍ୱ ନିଜ ପଦ୍ଧତିରେ ଲୋକଙ୍କ ସେବା କରୁଛି। ଲୋକମାନଙ୍କୁ ନିୟମ ନମାନିବାରୁ ରାସ୍ତାରେ ଶାସନ କରିବା ହେଉ ଅବା ରୋଗୀଙ୍କୁ ଚିକିତ୍ସା କରିବା ହେଉ, ସମସ୍ତେ ସେମାନଙ୍କ ତରଫରୁ ସେବା କରୁଛନ୍ତି । ଆଜି ଦୁନିଆ ଅଶାନ୍ତ ହୋଇପଡିଛି, ଏପରି ସମୟରେ ବୁଦ୍ଧଙ୍କ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ |

ଏହି କାର୍ଯ୍ୟକ୍ରମରେ କରୋନା ଭାଇରସ୍ ରୋଗରେ ପୀଡିତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ବୁଦ୍ଧ ନେତା ଯୋଗଦେବେ, ଯେଉଁମାନେ କରୋନା ଜୀବାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ନିଜର ମତ ପ୍ରକାଶ କରିବେ।

Latest Posts

Don't Miss