ଚୀନରେ ବ୍ଲାକ ଡେଥ୍ ର ଆତଙ୍କ, କରୋନା ଓ ହନ୍ତା ଭାଇରସ ପରେ ବ୍ୟୁବୋନିକ୍ ପ୍ଲେଗ

ନୂଆଦିଲ୍ଲୀ: କରୋନା ଓ ହନ୍ତା ଭାଇରସ ପରେ ଚୀନରେ ପୁଣି ବ୍ୟୁବୋନିକ୍ ପ୍ଲେଗର ଆତଙ୍କ । ଚୀନରେ ବ୍ଲାକ ଡେଥର ଆତଙ୍କ ଦେଖିବାକୁ ମିଳିଛି । ମୂଷାଠୁ ବ୍ୟାପୁଛି ବ୍ୟୁବୋନିକ ପ୍ଲେଗ୍ ସଂକ୍ରମଣ । ଭୂତାଣୁ ଜାଲରେ ସାରା ବିଶ୍ୱ ଛନ୍ଦି ହୋଇଥିବା ବେଳେ ଚୀନର ଆଭ୍ୟନ୍ତରୀଣ ମଙ୍ଗୋଲିଆରେ ଚିହ୍ନଟ ହୋଇଛି ବ୍ୟୁବୋନିକ ପ୍ଲେଗ୍ । ଜୁଲାଇ ୧ ରେ ବୟାନୁର ସହରରୁ ୨ ଆକ୍ରାନ୍ତ ଚିହ୍ନଟ ପରେ ଫେରିଛି ବ୍ଲାକ ଡେଥର ଭୟ ।

ସୂଚନା ଅନୁସାରେ ବୟାନୁରର ୨ ଭାଇ ମାରମୋଟ ପ୍ରଜାତିର ମୂଷା ମାଂସ ଖାଇବା ପରେ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଅନ୍ୟପଟେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୧୪୬ ୬ ଜଣ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ବ୍ୟୁବୋନିକ ପ୍ଲେଗ ମହାମାରୀର ରୂପ ନେବାର ଆଶଙ୍କା ଥିବାରୁ ୨୦୨୦ ଶେଷ ପର୍ଯ୍ୟନ୍ତ ସ୍ଥିତି ଉପରେ ନଜର ରଖାଯିବ । ସେପଟେ ସଂକ୍ରମଣ ରୋକିବାକୁ ମଙ୍ଗୋଲିଆ ପ୍ରଶାସନ ପକ୍ଷରୁ ହାଇଆର୍ଲଟ ଜାରି କରାଯାଇଛି ।

ତେବେ କେମିତି ବ୍ୟାପି ଥାଏ ବ୍ୟୁବୋନିକ ପ୍ଲେଗ ସେହି ବିଷୟରେ ଜାଣନ୍ତୁ

ସିସ୍ତିନିଆ ପେଷ୍ଟିସ ନାମକ ବ୍ୟାକଟେରିଆରୁ ବ୍ୟାପିଥାଏ ବ୍ୟୁବୋନିକ୍ ପ୍ଲେଗ । ମୂଷା ଶରୀରରେ ଏହି ଭୂତାଣୁ ଦେଖାଯାଇଥାନ୍ତି । ଯଦି ଠିକ୍ ସମୟରେ ଚିକିତ୍ସା କରା ନଯାଏ, ତେବେ ମାତ୍ର ୨୪ ଘଣ୍ଟାରୁ କମ ସମୟରେ ସଂକ୍ରମିତଙ୍କ ଜୀବନ ଯାଇପାରେ । ତେବେ କରୋନା ଅପେକ୍ଷା ରୋଗରେ ମୃତ୍ୟୁହାର ବି ଅଧିକ ରହିଛି । ସଠିକ ଚିକିତ୍ସା କରାନଗଲେ ପ୍ରାୟ ୩୦ ରୁ ୬୦ ପ୍ରତିଶତ ରୋଗୀ ପ୍ରାଣ ହରାଇବାର ଆଶଙ୍କା ରହିଛି । ଜଣେ ଆକ୍ରାନ୍ତ ବ୍ୟକ୍ତି ଏକାଥରକେ ୫ ରୁ ୭ ଜଣଙ୍କ ସଂକ୍ରମିତ କରିପାରିବେ । ବ୍ୟୁବୋନିକ ପ୍ଲେଗରେ ଆକ୍ରାନ୍ତ ହେଲେ, ଲସିକା ଗ୍ରନ୍ଥି ଫୁଲିବା ସହ, ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ହୋଇଥାନ୍ତି ସଂକ୍ରମିତ ।

ସେହିପରି ଆକ୍ରାନ୍ତ ମାନେ ଥକାପଣ ଓ ମାଂସପେଶୀ ଯନ୍ତ୍ରଣାର ଶିକାର ହୋଇଥାନ୍ତି । ୧୩୪୭ ମସିହାରେ ଚିହ୍ନଟ ଏହି ରୋଗ ବ୍ଲାକ୍ ଡେଥ୍ ନାମରେ ପରିଚିତ । ୧୩୪୭ ମସିହାରୁ ୧୩୫୧ ମଧ୍ୟରେ ଏହି ରୋଗ ଅଗଣିତ ଲୋକଙ୍କ ଜୀବନ ନେଇଥିଲା । ସେହିପରି ଦ୍ୱିତୀୟ ଥର ପ୍ଲେଗରେ ୟୁରୋପର ଏକ ତୃତୀୟାଂଶ ମୃତ୍ୟୁ ହୋଇଥିଲା । ୧୮୯୬ରେ ଚୀନରୁ ବ୍ୟାପିଥିବା ପ୍ଲେଗ ଯୋଗୁଁ ଅଖଣ୍ଡ ଭାରତର ପ୍ରାୟ ୧୨ ମିଲିୟନ ଲୋକ ସଂକ୍ରମିତ ହୋଇଥିଲେ ।

ଚୀନ ଦ୍ୱାରା ନୌବାଣିଜ୍ୟ କାରବାର ଦ୍ୱାରା ରୋଗ ବ୍ୟାପିଥିବା ବେଳେ ବମ୍ବେ, କଲିକତା, କରାଚୀ ଓ ପଂଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଥିଲା । ଅନ୍ୟପଟେ ଚୀନରେ ମଧ୍ୟ ବିଭିନ୍ନ ସମୟରେ ପ୍ଲେଗରେ ସଂକ୍ରମଣ ଦେଖିବାକୁ ମିଳିଛି । ୨୦୦୯ ମସିହାରୁ ୨୦୧୮ ପର୍ଯ୍ୟନ୍ତ ଚୀନରେ ୨୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply