ଭୁବନେଶ୍ୱର: BSNL ଅଫିସର ଚିଫ ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ ନିଲାମ ପାଇଁ ପହଞ୍ଚିଲେ କୋର୍ଟ କର୍ମଚାରୀ। ଠିକାଦାରଙ୍କ ଟଙ୍କା ଦେଇନପାରିବାରୁ ସାମଗ୍ରୀ ନିଲାମ ପାଇଁ ପହଞ୍ଚିଲା କୋର୍ଟ ଟିମ। ୨୦୦୦ ମସିହାରେ ଠିକା ନେଇ କାମ କରୁଥିଲେ ଠିକାଦାର । କଳିଙ୍ଗ ହସ୍ପିଟାଲ ପଛ ପାଖରେ ୯ ଟି ଟାଇପ ୫ କ୍ବାର୍ଟର ନିର୍ମାଣ କରିଥିଲେ।
୨୦୦୨ ରେ କାମ ଅନ୍ୟ ଜଣଙ୍କୁ ଟେଣ୍ଡର ଦିଆଗଲା। ସେତେବେଳେ କାମ ବାବଦକୁ ୭୮ ଲକ୍ଷ ଟଙ୍କା ବକେୟା ନପାଇବାରୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଠିକାଦାର ସୁବାଷ ଚନ୍ଦ୍ର କାଞ୍ଚନ। ବାରମ୍ବାର କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ବକେୟା ଅର୍ଥ ପ୍ରଦାନ ନକରିବାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୩୩ ଲକ୍ଷ ର ସ୍ଥାବର ସମ୍ପତ୍ତି ନିଲାମ ପାଇଁ ପହଞ୍ଚିଛନ୍ତି କୋର୍ଟ କର୍ମଚାରୀ ।

