spot_img

Latest Posts

ଉପାନ୍ତ ଅଞ୍ଚଳରେ ଟାଓ୍ୱାର ବସାଇବାକୁ ମନା କରିଦେଲା ବିଏସ୍‌ଏନ୍‌ଏଲ୍: କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର: ଆଗକୁ ରାଜ୍ୟର ଉପାନ୍ତ ଓ ଅପହଞ୍ଚ ଅଞ୍ଚଳରେ ଇଣ୍ଟରନେଟ୍‌ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି । କାରଣ ଗାଁ ଗାଁକୁ ଇଣ୍ଟରନେଟ୍‌ ସଂଯୋଗ ଦାୟିତ୍ୱ ନେଇଥିବା ବିଏସଏନଏଲ ନୂଆ ଟାଓ୍ୱାର ବସାଇବାକୁ ମନା କରିଦେଇଛି । ଘରୋଇ ଟେଲିକମ କମ୍ପାନୀ ମଧ୍ୟ ଉପାନ୍ତ ଅଞ୍ଚଳକୁ ଯିବାକୁ ଅମଙ୍ଗ । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ରାଜ୍ୟ ସରକାର ତିଠି ଲେଖିଛନ୍ତି

ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସମସ୍ୟା ଆହୁରି ବଢ଼ିବା ଆଶଙ୍କା । ହାତ ଟେକିଦେଲା ବିଏସ୍‌ଏନ୍‌ଏଲ୍‌  । ଲାଭ ଖୋଜୁଛନ୍ତି ଘରୋଇ କମ୍ପାନୀ । ଟାର୍ଗେଟ୍‌ରେ କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ପ୍ରୀତି । ଆଉ ନୂଆ ଟାୱାର ବସାଇବାକୁ ବିଏସଏନଏଲ ରାଜି ହେଉନି । କ୍ଷତି ଯୋଗୁ ଘରୋଇକରଣ ବିବାଦ ଉପୁଜିବାରୁ ରାଜ୍ୟରେ ନୂଆ ସଂଯୋଗ ଦେବାକୁ କେନ୍ଦ୍ରୀୟ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ମନା କରି ଦେଇଛି । ଓ୍ବାନ୍ ଇଣ୍ଡିଆ ପ୍ଲାନରେ ସାରା ଦେଶକୁ ସଂଯୋଗ କରିବା ଦାୟିତ୍ବ ନେଇଛି ବିଏସଏନଏଲ । କିନ୍ତୁ ଏହି କମ୍ପାନୀ ମନା କରିଦେବାରୁ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ନେଟଓ୍ୱର୍କ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଅପହଞ୍ଚ ଅଞ୍ଚଳରେ କମ୍ ଜନସଂଖ୍ୟା ଯୋଗୁ କ୍ଷତି ଆଶଙ୍କାରେ ଘରୋଇ କମ୍ପାନୀ ବି ସେଠାରେ ଟାଓ୍ବାର ବସାଇବାକୁ ଇଚ୍ଛା କରୁ ନାହାନ୍ତି । ତେଣୁ ଘରୋଇ କମ୍ପାନୀଙ୍କ ସହ ଆଲୋଚନା କରି ଅପହଞ୍ଚ ଅଞ୍ଚଳରେ ଟାଓ୍ୱାର ବସାଇବା ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି

କେନ୍ଦ୍ର ସରକାର ବିଏସଏନଏଲକୁ ଘରୋଇକରଣ କରିବା ପାଇଁ ଚିନ୍ତା କରୁଥିବାରୁ କର୍ମଚାରୀମାନେ କାମ କରିବାକୁ ମନ ବଳାଉ ନାହାନ୍ତି । ୨୧ ବର୍ଷ ତଳେ ସାରା ଦେଶରେ ନେଟଓ୍ବର୍କ ସଂଯୋଗ ଦାୟିତ୍ୱ ନେଇଥିଲା ବିଏସଏନଏଲ । ବେଶ୍ କିଛି ବର୍ଷ ଲାଭ ହେଲା । ପରେ ଘରୋଇ ଟେଲିକମ୍ କମ୍ପାନୀ ସଂଖ୍ୟା ବଢ଼ିବାରୁ ବିଏସଏନଏଲର କ୍ଷତି ହେବାରେ ଲାଗିଲା । ତେବେ କେନ୍ଦ୍ର ସରକାର  ଘରୋଇ କର୍ପୋରେଟ ହାଉସଗୁଡ଼କର ସ୍ୱାର୍ଥ ପାଇଁ ବିଏସଏନଏଲକୁ କ୍ଷତି ଆଡ଼କୁ ଠେଲୁଥିବା ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି ।

Latest Posts

Don't Miss