ଏହି ଛୋଟିଆ ରିଚାର୍ଜ ପ୍ଲାନ୍ ଆପଣଙ୍କ ପଇସା ବଞ୍ଚାଇବ, ଜାଣନ୍ତୁ କୋଉ ଅପରେଟର ଦେଉଛି ସୁବିଧା

ଆପଣ ଦିନକୁ କେତେ ସମୟ ଫୋନ୍‌ରେ କଥା ହେଉଛନ୍ତି?

ଆପଣ ଦିନକୁ ପାଖାପାଖି ୨୦୦ ଏମ୍‌ବି ବା କମ୍ ଡାଟା ବ୍ୟବହାର କରୁଛନ୍ତି କି ?

ଯଦି ଏସବୁର ଉତ୍ତର ହଁ, ତେବେ ଅଯଥାରେ ମୋବାଇଲ୍ ଅପରେଟର କମ୍ପାନୀଙ୍କୁ ପୋଷିବା ଦରକାର ନାହିଁ । ୫୦ ଟଙ୍କାରୁ ବି କମ୍‌ରେ ଆପଣ ଆପଣଙ୍କ ମୋବାଇଲ ରିଚାର୍ଜ କରି ନିଜର ଆବଶ୍ୟକତା ପୂରଣ କରିପାରିବେ । ଆଉବାକି ପଇସା ଅନ୍ୟ ଜରୁରୀ କାମରେ ବ୍ୟବହାର କରିପାରିବେ ବା ସଞ୍ଚୟ କରିପାରିବେ ।

ବିଏସଏନଏଲ ଆପଣଙ୍କ ପାଇଁ ଆଣି ଦେଇଛି ଦୁଇଟି ବଢ଼ିଆ ଅଫର । ଗୋଟିଏରେ ଆପଣ ୩୬ ଟଙ୍କା ରିଚାର୍ଜ କରି ୧୦୦୦୦ ସେକେଣ୍ଡ ଫ୍ରି କଲ୍ ପାଇପାରିବେ । ଦଶ ହଜାର ସେକେଣ୍ଡ ଅର୍ଥାତ୍ ୧୬୬ ମିନିଟ୍ ମାନେ ଅଢ଼େଇ ଘଣ୍ଟାରୁ ଅଧିକ ଟକ୍ ଟାଇମ୍  । ଏହାର ବୈଧତା ହେଉଛି  ୩୦ ଦିନ । ତା’ ଛଡ଼ା ଆପଣଙ୍କୁ ଦିନକୁ ୨୦୦ ଏମବି ଡାଟା ମିଳିବ । ଆପଣ ଯଦି ଅଧିକ ଭିଡିଓ ଡାଉନଲୋଡ୍ କରୁନାହାନ୍ତି ବା ଡାଟା ବ୍ୟବହାର କରୁ ନାହାନ୍ତି, ତେବେ ୨୦୦ ଏମ୍‌ବି ଡାଟା ଆପଣଙ୍କ ପାଇଁ ଯଥେଷ୍ଟ । ଯଦି ଡାଟା ସରିଗଲା ତେବେ ଆପଣ ୩୦ ଟି ଫ୍ରି ଏସଏମଏସ୍ କରିପାରିବେ । ଏବେ କୁହନ୍ତୁ ଅଫରଟି କେମିତି ଲାଗୁଛି ।

ଆଉ ଏକ ବଢ଼ିଆ ପ୍ଲାନ୍ ହେଉଛି ୭୨ ଟଙ୍କା ରିଚାର୍ଜ । ଏଥିରେ  ୨୦୦୦୦ ସେକେଣ୍ଡ ଫ୍ରି କଲ୍, ୭୨ ଦିନ ପାଇଁ ଦିନକୁ ୨୦୦ ଏମବି ଡାଟା ଏବଂ ୭୨ଟି ମେସେଜ ପାଇପାରିବେ ।

ସବୁଠୁ ବଡ଼ କଥା ହେଲା ୧୬୬ ମିନିଟ୍ ରୁ ଯଦି ଆପଣ କମ କଥା ହେଉଛନ୍ତି ତେବେ ଅନ୍ୟ ପ୍ଲାନ ଭଳି ଏହା ବ୍ୟର୍ଥ ନ ହୋଇ ବଳକା ମିନିଟ ସବୁ ଆପଣଙ୍କ ଆଗାମୀ ରିଜାର୍ଜ ପରେ ଯୋଡ଼ି ହେଇଯିବ । ଜିଓ ବା ଅନ୍ୟ ଅପରେଟର ଭଳି ତାହା ବିଲକୁଲ ଏକ୍ସପାରି ହେବ ନାହିଁ ।

ଦେଶର ବିଶିଷ୍ଟ ଟେଲିକମ୍ କମ୍ପାନୀର ଘୋଷଣା ପରେ ଏବେ ନୂଆ ଟ୍ୟାରିଫ ଅନୁଯାୟୀ କମ୍ପାନୀ କଲ୍ ଏବଂ ଡାଟା ପ୍ଲାନର ଦର ବଢ଼ାଇଛନ୍ତି । ଟେଲିକମ୍ ସେକ୍ଟରରେ ହେଉଥିବା କ୍ଷତିକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି ଆପଣଙ୍କ ପକେଟ ଉପରେ ଭାରି ପଡ଼ିପାରେ । ଚଢ଼ା ଦର ଦେଇ ଆପଣ ଯଦି ରିଚାର୍ଜ କରିବାକୁ ଚାହୁଁନାହାନ୍ତି ତେବେ ଏହି ପ୍ଲାନ ଦ୍ୱାରା ଆପଣ ଲାଭବାନ ହୋଇପାରିବେ ।

ଅନ୍ୟ ପକ୍ଷରେ ବିଏସଏନଏଲ ନିଜ ସେବାରେ ଏବେ ସୁଧାର ଆଣିଛି । ଲୋକଙ୍କ ପାଇଁ ଭଲ ଅଫର ସହ ସ୍ପିଡ୍ ଇଣ୍ଟରନେଟ ମଧ୍ୟ ଯୋଗାଇ ଦେଉଛି ବିଏସଏନଏଲ ।

ଜିଓଠୁ ବି ଭଲ

ଏହି ଦୁଇଟି ବିଏସ୍‌ଏନ୍‌ଏଲ୍‌ ପ୍ୟାକ୍ ତୁଳନାତ୍ମକ ଭାବେ ଜିଓଠୁ ବି ଭଲ । ଜିଓରେ ଆପଣଙ୍କୁ ମାସକୁ ଅତି କମ୍‌ରେ ୧୦୮ ଟଙ୍କା ( ୯୮ ଟଙ୍କା ଓ ୧୦ ଟଙ୍କା ଆୟୁସି) ରିଜାର୍ଜ କରିବାକୁ ପଡ଼ିବ । ଜିଓରେ ଆପଣ କେବଳ ଜିଓକୁ ଫ୍ରି କଲ ପାଉଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର ୧୬୬ ମିନିଟ୍‌କୁ ଆପଣ ଯେ କୌଣସି ମୋବାଇଲ୍‌କୁ କଲ୍ କରିପାରିବେ । ଜିଓରେ ମୋଟ୍ ୨ ଜିବି ଡାଟା ମିଳୁଥିବା ବେଳେ ଆପଣ ୩୬ ଟଙ୍କିଆ ପ୍ୟାକ୍‌ରେ ଦିନକୁ ୨୦୦ ଏମ୍‌ବି ଲେଖାଏଁ ମାସକୁ ୬ ଜିବି ଓ ୭୨ ପ୍ୟାକ୍‌ରେ ଦିନକୁ ୨୦୦ ଏମ୍‌ବି ଲେଖାଏଁ ମାସକୁ  ପାଖାପାଖି ୧୪ ଜିବି ଡାଟା ପାଇେବ ।

Leave a Reply