ଗରିବଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY , ମାଗଣା ଚିକିତ୍ସାରେ ସୁସ୍ଥ ହେଲେ କାମାକ୍ଷାନଗରର ମିନା ପାତ୍ର
1 min readକାମାକ୍ଷାନଗର : ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY । ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁନଥିବା ଗରିବ ଲୋକ ହେଉଛନ୍ତି ଉପକୃତ । କାମାକ୍ଷାନଗର କାଦୁଆ ଜଳଧରପୁର ଗାଁର ମିନା ପାତ୍ର BSKY କାର୍ଡ ମାଧ୍ୟମରେ ହୋଇପାରିଛନ୍ତି ମାଗଣାରେ ଚିକିତ୍ସା । ଆଜକୁ ପ୍ରାୟ ବର୍ଷେ ହେବ ମିନାଙ୍କ ପେଟରେ ଷ୍ଟୋନ ହୋଇଥିଲା । ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ ।
ମିନାଙ୍କ ପାଇଁ ସଞ୍ଜିବନୀ ସାଜିଲା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା BSKY । ଏହି କାର୍ଡ ସହାୟତାରେ ମିନା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି । ତାଙ୍କ ଭଳି ଅନେକ ଗରିବ ଲୋକ BSKY ମାଧ୍ୟମରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁଛନ୍ତି । ସେଥିପାଇଁ ମିନା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।