ଆସନ୍ତା ୬ ତାରିଖରୁ BSKY ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ବିଏସକେଓ୍ବାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ଦଫାରେ ସମ୍ବଲପୁର ଓ ଖୋର୍ଦ୍ଧାର ହିତାଧିକାରୀଙ୍କୁ ମିଳିବ ନବୀନ କାର୍ଡ। ଯେଉଁମାନେ ବିଏସକେଓ୍ବାଇ କାର୍ଡରୁ ବଞ୍ଚିବ ହୋଇଥିବେ  ସେମାନଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ। BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗର ଚିକିତ୍ସା ପାଇଁ ଆଉ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ । ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେଓ୍ବାଇ ପଞ୍ଜିକୃତ ଘରୋଇ ହସପିଟାଲରେ କେବଳ ଜଟିଳ ରୋଗର ମାଗଣା ଚିକିତ୍ସା ପାଇପାରିବେ ଜନସାଧାରଣ । ଏବେ ରାଜ୍ୟର ୯୦ ପ୍ରତିଶତ ଅର୍ଥାତ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ପାଇବେ ମାଗଣା ଚିକିତ୍ସା ସୁବିଧା। ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ । ବିଏସକେଓ୍ବାଇ ନବୀନ କାର୍ଡ ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏଥିଲାଗି ସମସ୍ତ ଖର୍ଚ୍ଚ ନିଜ ପାଣ୍ଠିରୁ ବହନ କରିବେ ଓଡ଼ିଶା ସରକାର । ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ସେହିପରି ୬ ତାରିଖରେ ନବୀନ ମ୍ୟାଜିକ କାର୍ଡ ଓ୍ବେବସାଇଟର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।