spot_img

Latest Posts

ସଞ୍ଜିବନୀ ସାଜିଛି BSKY କାର୍ଡ

ଜଗତସିଂହପୁର: ଗରିବ ଲୋକଙ୍କର ଦୂର ହୋଇଛି ସ୍ୱାସ୍ଥ୍ୟ ସମସ୍ଯା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଏସକେୱାଇ କାର୍ଡ ଦ୍ବାରା ହେଉଛି ମାଗଣା ଚିକିତ୍ସା। ଜଗତସିଂହପୁରର ଦୁଇ ଜଣ ରୋଗୀ ଦୀର୍ଘ ଦିନ ହେବ ସ୍ବାସ୍ଥ୍ଯ ସମସ୍ଯା ଭୋଗୁଥିବା ବେଳେ ମାଗଣାରେ କରାଇଛନ୍ତି ଚିକିତ୍ସା।

ସଞ୍ଜିବନୀ ସାଜିଛି ବିଏସକେୱାଇ କାର୍ଡ। ମାଗଣା ଚିକିତ୍ସାରୁ ରୋଗମୁକ୍ତ ହେଉଛନ୍ତି ଲୋକେ।  ଜଗତସିଂହପୁର ବ୍ଲକ ବେନୁପୁର ଗାଁର ସନାତନ ବାରିକ। ଦୀର୍ଘ ଦିନ ଧରି ହାର୍ନିଆ ରୋଗରେ ପୀଡିଥ ଥିଲେ। ଅସହ୍ଯ ରୋଗ ଯନ୍ତ୍ରଣା ଭୋଗୁଥିଲେ। ଡାକ୍ତରଙ୍କୁ ଦେଖାଇବାରୁ  ଅପରେସନ କରିବାକୁ କହିଥିଲେ। ଗରିବ ପରିବାରର ସନାତନଙ୍କ ପାଖରେ ଅର୍ଥର ଅଭାବ ଥିଲା। ଚିକିତ୍ସା ପାଇଁ ଚିନ୍ତାରେ ଥିବା ବେଳେ BSKY କାର୍ଡ ସାଜିଲା ବରଦାନ। କାର୍ଡ ଦେଖାଇ ମାଗଣାରେ ଚିକିତ୍ସା କଲେ ସନାତନ। ଏବେ ସେ ସୁସ୍ଥ ଅଛନ୍ତି।

ସେହିପରି ଜଗତସିଂହପୁର ପୌର ପରିଷଦ ଅଧୀନ ଦୁଇ ନଂ ୱାର୍ଡ ବଡ଼ବାଗ ଗାଁର 60 ବର୍ଷର ବୃଦ୍ଧା ସଖୀ ବେହେରା। ପେଟରେ ଷ୍ଟୋନ ହେବାରୁ ବହୁତ କଷ୍ଟ ଅନୁଭବ କରୁଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ଦେଖାଇଲେ। ଚିକିତ୍ସା ପାଇଁ ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଲେ ଡାକ୍ତର। ପାଖରେ ଟଙ୍କା ନଥିବାରୁ BSKY କାର୍ଡ ଦ୍ବାରା ଚିକିତ୍ସିତ ହୋଇଛନ୍ତି ସଖୀ। ମାଗଣାରେ ଅପରେସନ ହୋଇଛି। ଏବେ ପୁରା ସୁସ୍ଥ ଅଛନ୍ତି ସୁଖୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଅଭୂତପୂର୍ବ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ରେ ଲୋକମାନଙ୍କୁ ସାମିଲ କରିଥିବାରୁ ଲୋକେ ଉପକୃତ ହେଉଛନ୍ତି।

 

Latest Posts

Don't Miss