ରାଜ୍ଯରେ ଚାଲୁ ରହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା : ଶାଳିନୀ ପଣ୍ଡିତ

1 min read

ଭୁବନେଶ୍ୱର: ରାଜ୍ଯରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି । ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। BSKY ଚାଲୁ ରହିଥିବା ସ୍ବାସ୍ଥ୍ଯ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି। ଏନେଇ ସମ୍ପୃକ୍ତ ଘରୋଇ  ହସ୍ପିଟାଲଗୁଡ଼ିକ ସହିତ ବୁଝାମଣାପତ୍ର ବଳବତ୍ତର ରହିଛି। ପ୍ଯାନେଲରେ ଥିବା ହସ୍ପିଟାଲଗୁଡ଼ିକ ପୂର୍ବପରି ବିଏସକେୱାଇ କାର୍ଡଧାରୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇ ଦେବାକୁ କୁହାଯାଇଛି। ଏହି ଯୋଜନାରେ ପୂର୍ବଭଳି ସରକାରଙ୍କ ପକ୍ଷରୁ ହସ୍ପିଟାଲଗୁଡିକୁ ଚିକିତ୍ସା ସମ୍ବନ୍ଧୀୟ ଦେୟ ପ୍ରଦାନ ଜାରି ରହିବ।

ମେଡିକାଲକୁ ଆସୁଥିବା ରୋଗୀ ଯେପରି କୌଣସି ଅସୁବିଧାର ସାମ୍ନା ନହୁଅନ୍ତି, ଏହା ନିଶ୍ଚିତ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୪ ତାରିଖରେ ଏହି ଯୋଜନାରେ ୫ ହଜାର ୮ଶହ ରୋଗୀ ପଞ୍ଜୀକରଣ କରିଥିଲେ। ସେହିପରି ଗତ ୫ ତାରିଖରେ ୫ ହଜାର ୩୮୯ ରୋଗୀ ପଞ୍ଜୀକରଣ କରିଛନ୍ତି। ଯୋଜନାକୁ ନେଇ ରୋଗୀ ଆତଙ୍କିତ ନହେବାକୁ ସ୍ଵାସ୍ଥ୍ୟ ସଚିବ  ଶାଳିନୀ ପଣ୍ଡିତ କହିଛନ୍ତି ।